Odia News Portal

ମଞ୍ଜୁ ରଥ ହେଲେ କଂଗ୍ରେସର ବ୍ରହ୍ମପୁର ମେୟର ପ୍ରାର୍ଥୀ

ପୂର୍ବରୁ ବିଜେଡି ଓ ବିଜେପି ତାର ମେୟର ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ, ଆଜି କଂଗ୍ରେସ ତାର ବ୍ରହ୍ମପୁର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସାମାଜସେବୀ ତଥା ଉଚ୍ଚଶିକ୍ଷିତା ମଞ୍ଜୁ ରଥଙ୍କୁ ଦଳ ମେୟର ପ୍ରାର୍ଥୀ ଘୋଷଣା କରିଛି। ଆଜି ନାମାଙ୍କନର ଶେଷ ଦିନରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ। ସେ ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଧର୍ମପତ୍ନୀ।

ସୂଚନା ଥାଉକି,  ବିଜେଡି ପକ୍ଷରୁ ବ୍ରହ୍ମପୁର ମେୟର ପ୍ରାର୍ଥୀ ଭାବେ ସଂଘମିତ୍ରା ଦଳାଇଙ୍କ ନାମକୁ ଘୋଷଣା କରାଯାଇଥିବାବେଳେ, ବିଜେପି ଡ. ସବିତା ସୁଆରଙ୍କୁ ନିଜର ପ୍ରାର୍ଥୀ କରିଛି।