Odia News Portal

ସ୍ୱାଭିମାନ ଅଞ୍ଚଳରୁ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସର୍ଚ୍ଚ ଅପରେସନ ସମୟରେ ଜବତ ହେଲା ପ୍ରେସର ବୋମା ଓ ଟିଫିନ ବୋମା | ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ହାନ୍ତାଳଗୁଡା ନବମ ବାଟାଲିୟନ ବିଏସଏଫ ଯବାନଙ୍କୁ ମିଳିଛି ବଡ ସଫଳତା । ଗୁଇନ୍ଦା ସୂତ୍ରରୁ ଖବର ପାଇ ସର୍ଚ୍ଚ ଅପରେସନ କରିଥିଲେ ବିଏସଏଫ ଯବାନ । କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ମାଓବାଦୀଙ୍କ ଗୋଟେ ବ୍ୟାଗ ଜବତ କରିଥିଲେ ଯବାନ । ସେହି ବ୍ୟାଗକୁ ସର୍ଚ୍ଚ କରିବା ପରେ ସେଥିରୁ ୨ଟି ପ୍ରେସର ବୋମା, ୧ଟି ଟିଫିନ ବୋମା ,କିଛି ପ୍ରେଗନେସି କିଟ,ମେଡ଼ିସିନ,ବେଲ୍ଟ,ଡ୍ରେସ ସାବୁନ ମିଳିଥିଲା।

ତେବେ ଘଟଣା ସ୍ଥଳରେ ବିଏସଏଫର ବୋମା ନିରୋଧକ ସ୍କ୍ୱାର୍ଡ ଆସି ଏହି ବୋମାକୁ ନିଷ୍କ୍ରିୟ କରିଥିଲେ । ସୂଚନା ଅନୁଯାୟୀ, କିଛି ଦିନ ଧରି ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଯବାନ ବାରମ୍ବାର ମାଓ ସାମଗ୍ରୀ ଜବତ କରିବା ସହ ମାଓବାଦୀଙ୍କ ଯୋଜନାକୁ ଭଣ୍ଡୁର କରି ଆସୁଛନ୍ତି।