Odia News Portal

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ, କୌଣସି ଛାତ୍ରଛାତ୍ରୀଙ୍କୁ ମିଳିନି ଏ-୧ ଗ୍ରେଡ

ଭୁବନେଶ୍ୱର() ଗୁରୁବାର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି ।  ସପ୍ଲିମେଣ୍ଟାରୀରେ ମୋଟ ୧୫, ୨୪୪ ଛାତ୍ରଛାତ୍ରୀ ପାସ କରିଛନ୍ତି । ତେବେ ସବୁଠୁ ବଡ଼ କଥା ହେଲା ଯେ,  ସପ୍ଲିମେଣ୍ଟାରୀ ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀଙ୍କୁ ଏ-୧ ଗ୍ରେଡ ମିଳିନାହିଁ ।

ତେବେ ଏ-୨ ଗ୍ରେଡରେ ୧୦ ଜଣ ପାସ କରିଥିବାବେଳେ  ବି-୧ରେ ୧୯୫, ବି-୨ରେ ୯୩୦, ସିରେ୧୯୦୨, ଡିରେ ୩୧୪୦, ଇରେ ୯୦୬୭ ଓ ଏଫ ଗ୍ରେଡରେ ୬୨୧୮ ଜଣ ପିଲା ପାସ କରିଛନ୍ତି ।  ଏଥର ୨୧, ୪୮୭ ଜଣ ଛାତ୍ରଛାତ୍ରୀ  ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ ।