Odia News Portal

ମହଙ୍ଗା ପଡ଼ିଲା ଭାଉଜ ପ୍ରେମ, ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ

ମୟୂରଭଞ୍ଜ: ମାଡ଼, ନିର୍ଘାତ ମାଡ଼ । ଗାଇଗୋରୁ ଭଳି ମାଡ଼ ମାରିଲେ ଆଉ ଖୁଣ୍ଟରେ ବାନ୍ଧିଦେଲେ । ଭାଉଜ ପ୍ରେମରେ ବାଇଆ ହୋଇ ଧାଇଁ ଆସିଥିଲେ । ଧରା ପଡ଼ିବା ପରେ ହିନସ୍ତା ହେଲେ ଯୁବକ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଘୋଷଦା ଗାଁରେ ଘଟିଛି ଏଭଳି ଘଟଣା । ତେବେ ଧରା ହୋଇଥିବା ଯୁବକ ଜଣକ ବିବାହିତ ବୋଲି ଜଣାପଡ଼ିଛି । ତାଙ୍କ ନାମ ହେଲା ସୁବ୍ରତ ବାରିକ ।

କୁହାଯାଉଛି କି, ସୁବ୍ରତ ସେହି ଗ୍ରାମର ଜଣେ ମହିଳାଙ୍କ ପ୍ରେମରେ ପଡ଼ିଯାଇଥିଲେ । ଆଉ ଭାଉଜ ପ୍ରେମ ଏମିତି ମିଠା ଲାଗିଥିଲା କି ସେ ରାତି ଅଧରେ ତାଙ୍କ ଘରକୁ ଯାଉଥିଲେ । କିନ୍ତୁ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଲୋକେ ଉତ୍ତମ ମଧ୍ୟମ ଦେବା ସହ ତାଙ୍କୁ ଖଣ୍ଟରେ ବାନ୍ଧି ଦେଇଥିଲେ । ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।