Odia News Portal

ପୂର୍ବତଟ ରେଳପଥକୁ ମନ୍ତ୍ରୀ ଅରୁଣ ସାହୁଙ୍କ ଚିଠି

ନୟାଗଡ଼: ନୟାଗଡ଼କୁ ରେଳ ଚଳାଚଳ କରିବା ପାଇଁ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ପୂର୍ବତଟ ରେଳପଥକୁ ଚିଠି ଲେଖିଛନ୍ତି । କରୋନା ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସ ଠାରୁ ନୟାଗଡ଼କୁ ରେଳ ଚଳାଚଳ ବନ୍ଦ ରହିଥିଲା। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହେବା ସହିତ ଧର୍ମାନୁଷ୍ଠାନ ମାନ ଖୋଲିସାରିଲାଣି ।

ପୁରୀ ଜଗନ୍ନାଥ ମନ୍ଦିର ଏବେ ଭକ୍ତଙ୍କ ପାଇଁ ସମ୍ପୁର୍ଣ୍ଣ ଭାବରେ ଖୋଲାଯାଇଛି। ଦୈନିକ ନୟାଗଡ଼ରୁ ଅଧିକାଂଶ ଭକ୍ତ ପୁରୀ ଯାଆନ୍ତି। ସେଥିପାଇଁ ଯଥାଶୀଘ୍ର ଦୈନନ୍ଦିନ ପୁରୀକୁ ଚାଲୁଥିବା ପାସେଞ୍ଜର ଟ୍ରେନ ସହିତ ଭୁବନେଶ୍ୱର ନୟାଗଡ଼ ଯାତାୟାତ କରୁଥିବା ସେବା ଏକ୍ସପ୍ରେସ କୁ ପୁନଃ ଚଳାଚଳ କରିବା ପାଇଁ ମନ୍ତ୍ରୀ ଅନୁରୋଧ କରିଛନ୍ତି।