Odia News Portal

ଉତ୍ତର ପାଇଲା ପରେ ଜବାବ୍: ଅପରାଜିତା

ରାଜ୍ୟ ସରକାରଙ୍କ ସବୁ ମନ୍ତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବି …

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ବାଇ-ଲ ପ୍ରସଙ୍ଗ ନେଇ ମୁହାଁମୁହିଁ ମନ୍ତ୍ରୀ-ସାଂସଦ |ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ବାଇ-ଲ ପ୍ରସଙ୍ଗରେ ୪ଟି ପ୍ରଶ୍ନ ପଚାରିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା । ଆଉ ଏହାର ପ୍ରତିକ୍ରିୟାରେ ରୋକଠୋକ୍ ଜବାବ ଦେଇଛନ୍ତି ସାଂସଦ ଅପରାଜିତା | ଅପରାଜିତା କହିଛନ୍ତି, ଫେବୃଆରୀ ୧୫ ତାରିଖରେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରିଥିଲି |

ରାଜ୍ୟ ସରକାରଙ୍କ ଠାରୁ ଏନେଇ ଉତ୍ତର ଅପେକ୍ଷାରେ ରହିଛି | ମୋ ୫ ପ୍ରଶ୍ନର ଉତ୍ତର ପାଇବା ପରେ ସବୁ ପ୍ରଶ୍ନର ଉତ୍ତର ଦେବି |ରାଜ୍ୟ ସରକାରଙ୍କ ସବୁ ମନ୍ତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ | ତେବେ କିଛି ଦିନ ହେବ ବାଇ-ଲ ପ୍ରସଙ୍ଗକୁ ନେଇ ପ୍ରତିବାଦର ସମ୍ମୁଖୀନ ହେଉଛନ୍ତି ସାଂସଦ |