Odia News Portal

ହାତକୁ ହାଣି ଲୁଟି ନେଲେ ୪ ଲକ୍ଷ

ନବରଙ୍ଗପୁର: ଦିନ ଦ୍ୱିପହରେ ବ୍ୟବସାୟୀଙ୍କ ହାଣି ଲୁଟି ନେଲେ ୪ ଲକ୍ଷ ଟଙ୍କା। ଏହି ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଲାପଦର ଗାଁ ନିକଟରେ। ବ୍ୟବସାୟୀ ରାଜେନ୍ଦ୍ର ଯାଦବ ଏକ ବ୍ୟାଗରେ ୪ ଲକ୍ଷ ଟଙ୍କା ନେଇ ବାଇକରେ ଚଚ୍ଚା ଗାଁରୁ କଙ୍ଗରା ଗାଁ ନିକଟସ୍ଥ ଏକ ବଜାରକୁ ଯାଉଥିଲେ । ଯିବା ବାଟରେ ପଲ୍‌ସରେ ତିନି ଜଣ ଯୁବକ ଆସି ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ ଓ ତାଙ୍କ ନିକଟରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ସେଠାକାର ସ୍ଥାନୀୟ ଲୋକେ ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଖବର ପାଇ ଝରିଗାଁ ଥାନା ଅଧିକାରୀ ଉମେଶ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଝରିଗାଁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୋଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି।