Odia News Portal

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଏମ୍.କେ. ଷ୍ଟାଲିନ୍

ତାମିଲନାଡୁ: ଡିଏମ୍କେ’ର ଅଧ୍ୟକ୍ଷ ଏମ୍.କେ. ଷ୍ଟାଲିନ୍ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ୩୩ଜଣ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି । ଏଥିସହ ତାମିଲନାଡୁର ଗୃହମନ୍ତ୍ରୀ ଭାବେ ମଧ୍ୟ ସେ ଶପଥ ନେଇଛନ୍ତି।

ପୂର୍ବତନ ମନ୍ତ୍ରୀ ତଥା ତିରୁଚିରାପଲ୍ଲୀର ପ୍ରଭାବଶାଳୀ ବ୍ୟକ୍ତିତ୍ବ କେଏନ୍ ନେହରୁ ମଧ୍ୟ ଆଜି ପୌର ପ୍ରଶାସନ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତୃତୀୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଆର୍. ଗାନ୍ଧୀ ତାମିଲନାଡୁ ସରକାରରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି।ଏଥର ତାମିଲନାଡୁ ବିଧାନସଭା ନିର୍ବାଚନରେ ‘ଡିଏମ୍କେ’ ନେତୃତ୍ବାଧୀନ ମେଣ୍ଟ ୧୫୯ଟି ଆସନରେ ବିଜୟ ହାସଲ କରି ଦୀର୍ଘ ଦିନର ‘ଏଆଇଏଡିଏମ୍କେ’ ଶାସନର ଅବସାନ ଘଟାଇଛି।