Odia News Portal

ମହମ୍ମଦ ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌

ମହମ୍ମଦ ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍ । ଦିନେ କି ଦୁଇ ଦିନ ନୁହେଁ ଏକ ଥରକେ ୩ ବର୍ଷ ଜେଲ୍ । କଟକ ବାରବାଟି ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍ । ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ । ଖାଲି ସେତିକି ନୁହେଁ ମୋକିମ୍‌ଙ୍କ ସହ ପୂର୍ବତନ ଆଇଏଏସ୍ ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜଲାନ୍ସ କୋର୍ଟ । ଏହି ଘଟଣାରେ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ।

ଏହାସହ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ବି ୩ ବର୍ଷ ଜେଲ୍ । ସମସ୍ତ ୪ ଜଣଙ୍କୁ ଜେଲ୍ ସହ ୫୦ ହଜାର ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ । ଅନୁଚିତ ଅନୁଗ୍ରହ ଦେଖାଇ ଋଣ ଦେବା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଓଆର୍‌ଏଚ୍‌ଡିସି ଏମ୍‌ଡି ଥିବା ବେଳେ ଋଣ ଦେଇଥିଲେ ବିନୋଦ କୁମାର । ମେଟ୍ରୋ ବିଲଡର୍ସକୁ ୧୫୦ ଲକ୍ଷ ଟଙ୍କାର ଋଣ ଦେଇଥିଲା ଓଆର୍‌ଏଚ୍‌ଡିସି ।