Odia News Portal

ମଙ୍କିପକ୍ସକୁ ନେଇ ଚିନ୍ତା

ଦେଶବ୍ୟାପୀ ବଢିବାରେ ଲାଗିଛି ମଙ୍କିପକ୍ସ ଆତଙ୍କ । ୟୁରୋପରେ ରେକର୍ଡ ସଂଖ୍ୟକ ମଙ୍କିପକ୍ସ ମାମଲା ଚିହ୍ନଟ ହେଲେଣି । ଏବେ ସୁଦ୍ଧା ୟୁରୋପରେ ୧୦୦ ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହେଲେଣି । ସାଧାରଣତଃ ମୂଷା ଓ ଚୁଚୁନ୍ଦ୍ରାଙ୍କ ଦେହରୁ ମଣିଷଙ୍କ ଦେହରେ ପ୍ରବେଶ କରିଥାଏ । ତେବେ ଏହା ବସନ୍ତ ପ୍ରଜାତିର ହୋଇଥିବାରୁ ଚିନ୍ତା ବଢିଛି । ସ୍ପେନ ଓ ପର୍ତ୍ତୁଗାଲରେ ୪୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସ୍ୱିଡେନ ଓ ଇଟାଲୀରେ ବି ଜଣେ ଲେଖାଏଁ ସଙ୍କ୍ରମିତ ହୋଇଛନ୍ତି । ବ୍ରିଟେନରେ ମେ ୬ ପରଠାରୁ ୯ ଜଣ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଆମେରିକାରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । କାନାଡାରେ ବି ମାତିବାରେ ଲାଗିଛି ମଙ୍କିପକ୍ସ ଭୂତାଣୁ ।
ସେପଟେ ମଙ୍କିପକ୍ସ ବ୍ୟାପିବାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚିନ୍ତାବ୍ୟକ୍ତ କରିବା ସହିତ ଏହା କିଭଳି ସାଂଘାତିକ ରୂପ ନନେବ ସେଥିଲାଗି ପଦକ୍ଷେପ ନିଆଯାଉଥିବା କହିଛି ।