Odia News Portal

କେକେଆରଠୁ ମ୍ୟାଚ୍ ଛଡ଼ାଇ ଆଣିଲା ମୁମ୍ବାଇ

ଚେନ୍ନାଇ : କାମ କଲା ରୋହିତ ଶର୍ମା କୁଲ୍ ମାଇଣ୍ଡ । ଦଳକୁ ୫ ଥର ଚାମ୍ପିଅନ୍ କରାଇଥିବା ରୋହିତ ପରାଜୟସ୍ଥିତିରୁ କିପରି ବିଜୟ ହାତେଇହେବ ତାହା ତାଙ୍କଠୁ ହିଁ ଶିଖିବାକୁ ପଡ଼ିବ । ଅ ।ଇପିଏଲର ୧୪ଶ ସଂସ୍କରଣର ରୋମାଞ୍ଚକର ମୁକାବିଲାରେ ମୁମ୍ବାଇ ଇଣ୍ଡିଅ ।ନ୍ସ କୋଲକାତା ନାଇଟ୍ ରାଇଡର୍ସ ମୁହଁରୁ ବିଜୟ ଛଡାଇ ଅ ।ଣିଛି । କୋଲକାତା ନାଇଟ୍ ରାଇଡର୍ସକୁ ୧୦ ରନରେ ପରାସ୍ତ କରିଛି ମୁମ୍ବାଇ । ଦୀପକ ଚହରଙ୍କ ଘାତକ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଅ ।ନ୍ସ ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିଛି । ଦ୍ୱିତୀୟ ମ୍ୟାଚରେ ପ୍ରଥମ ପରାଜୟ ଭୋଗିଛି କୋଲକାତା ନାଇଟ୍ ରାଇଡର୍ସ । ସୂର୍ଯ୍ୟକୁମାର ଯାଦବଙ୍କ ୫୬ ଏବଂ ରୋହିତ ଶର୍ମାଙ୍କ ୪୩ ରନ ସହାୟତାରେ ମୁମ୍ବାଇ ଇଣ୍ଡିଅ ।ନ୍ସ ନିର୍ଦ୍ଧାରିତ ଓଭରରେ ୧୫୨ ରନରେ ଅଲ୍ଅ ।ଉଟ୍ ହୋଇଥିଲା । ଜବାବରେ କୋଲକାତା ଦୁଇ ଓପନର ନୀତିଶ ରାଣାଙ୍କ ୫୭ ଏବଂ ଶୁବମାନ ଗିଲଙ୍କ ୩୩ ରନ ସତ୍ୱେ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ୍ ହରାଇ ୧୪୨ ରନରେ ସୀମିତ ରହିଥିଲା । ରସେଲ ୫ ଉଇକେଟ୍ ସଫଳତା ବ୍ୟର୍ଥ ହୋଇଥିବା ବେଳେ ରାହୁଲ ଚହର ୪ଉଇକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଇଅନ୍ ମୋର୍ଗାନଙ୍କ ନେତୃତ୍ୱରେ ଖେଳୁଥିବା କୋଲକାତା ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ରୋହିତ ଶର୍ମାଙ୍କ ବାହିନୀ ମୁମ୍ବାଇ ଇଣ୍ଡିଅ ।ନ୍ସକୁ ବ୍ୟାଟିଂ ପାଇଁ ଅ ।ମନ୍ତ୍ରଣ ମିଳିଥିଲା । ମୁମ୍ବାଇ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୨ ରନ୍ ସଂଗ୍ରହ କରିବା ପରେ କୋଲକାତାକୁ ଏହି ମ୍ୟାଚ୍ ବିଜୟ ପାଇଁ ୧୫୩ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଏହି ମ୍ୟାଚରେ କୋଲକାତା ଟିମର ରସେଲ୍ ସର୍ବାଧିକ ୫ଟି ୱିକେଟ୍ ନେଇଛନ୍ତି । ମୁମ୍ବାଇ ଟିମର ଅଧିନାୟକ ରୋହିତ ଶର୍ମା ଓ କ୍ୱିଣ୍ଟନ୍ ଡି’କକ୍ ମୁମ୍ବାଇର ଇନିଂସ ଅ ।ରମ୍ଭ କରିଥିଲେ । ରୋହିତ ୩୨ଟି ବଲ୍ ଖେଳି ୪୩ ରନ୍ ସଂଗ୍ରହ କରିଥିଲେ । ଏଥିରେ ସେ ୩ଟି ଚେକା ଓ ଗୋଟିଏ ଛକା ମାରିଥିଲେ । ଡି’କକ୍ ୬ଟି ବଲ୍ ଖେଳି ମାତ୍ର ୨ ରନ୍ ଦଳ ପାଇଁ ଯୋଡ଼ିଥିଲେ । ସେ ବରୁଣ ଚକ୍ରବର୍ତ୍ତୀଙ୍କ ଶୁଭମାନ୍ ଗିଲଙ୍କୁ କ୍ୟାଚ୍ ଦେଇ କୋଲକାତାର ପ୍ରଥମ ଶିକାର ହୋଇଥିଲେ । ଯୁବ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଦଳ ପାଇଁ ସର୍ବାଧିକ ୫୬ ରନ୍ ସଂଗ୍ରହ କରିଥିଲେ । ସେ ୩୬ଟି ବଲ ଖେଳି ୭ଟି ଚେକା ଓ ୨ଟି ଛକା ମାରିଥିଲେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟରୁ ୧୫ ରନ୍ ମିଳିଥିଲା । ପାଣ୍ଡ୍ୟା ପ୍ରସିଦ୍ଧ କୃଷ୍ଣାଙ୍କ ବଲରେ ଅ ।ଉଟ୍ ହେବା ପୂର୍ବରୁ ୧୭ଟି ବଲ ଖେଳି ୨ଟି ଚେକା ମାରିଥିଲେ । ମୁମ୍ବାଇ ଇଣ୍ଡିଅ ।ନ୍ସର ଅନ୍ୟ ବ୍ୟାଟ୍ସମ୍ୟାନଙ୍କର ପ୍ରଦର୍ଶନ ଉତ୍ସାହଜନକ ନ ଥିଲା । କୋଲକାତା ନାଇଟ୍ ରାଇଡର୍ସର ବୋଲରମାନେ ରଣନୀତି ମୁତାବକ ବୋଲିଂ କରିଥିଲେ । କୋଲକାତା ପାଇଁ ପ୍ୟାଟ୍ କମିନ୍ସ ୨ଟି ୱିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ସାକିବୁଲ ହାସନ୍ ଓ ପ୍ରସିଦ୍ଧ କୃଷ୍ଣଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।