Odia News Portal

ସ୍ତ୍ରୀର ଗଳା କାଟିଲା, ନିଜେ ଆତ୍ମହତ୍ୟା କଲା ସ୍ୱାମୀ

ପୁରୀ: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀର ଗଳାକାଟି ସ୍ୱାମୀର ଆତ୍ମହତ୍ୟା। ପିପିଲି ତେଇଶପୁର ପଞ୍ଚାୟତ ନିର୍ମଳା ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ସ୍ୱାମୀ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଗଳା କାଟି ହତ୍ୟା ଉଦ୍ୟମ ପରେ ନିଜେ ରଶି ଲଗାଇ ସ୍ୱାମୀର ଆତ୍ମହତ୍ୟା କରିଛି। ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି।

ସେହିପରି ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଆନନ୍ଦପୁର ଉପଖଣ୍ଡ ଅମାରଙ୍ଗ ଗାଁରେ। ସମସ୍ତେ ବିଜୟା ଦଶମୀ ର ଖୁସି ମନଉଥିବା ସମୟରେ ଏହି ଗାଁରେ ଘଟିଥିଲା ଅଘଟଣ। ଗତକାଲି ଦିନ ୨ ଟା ସମୟରେ ନଦୀ ପାର ହୋଇ ଅନ୍ୟ ପାଖକୁ ଯାଉଥିବା ବେଳେ ଗାଁ ଲୋକେ ନଦୀରେ ଭାସୁଥିବା ଦର ଖଣ୍ଡିଆ ମୃତଦେହକୁ ଦେଖି ଚିଇଙ୍କି ଉଠିଥିଲେ। ତୁଣ୍ଡବାଇଦ ସହସ୍ର କୋଷ ପରି ଖବର ଚାରିଆଡେ ଖେଳିବୁଲିଥିଲା। ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ। ଗାଁ ଲୋକେ ହତ୍ୟା କହୁଥିବା ବେଳେ ପୋଲିସ ତାର ତଦନ୍ତ ଜାରି ରଖିଥିଲା।

ପୋଲିସ ର ତଦନ୍ତ ପରେ ସାଙ୍ଘାତିକ ତଥ୍ୟ ପଦାକୁ ଆସିଥିଲା। ଅମାରଙ୍ଗ ଗାଁ ର ୫୦ ବର୍ଷୀୟ ବିଧବା ସୁରଥୀ ନାୟକ। ନିଜର ଦୁଇ ଝିଅ ଙ୍କୁ ଅନ୍ୟତ୍ର ବାହା ଦେବା ପରେ ଏକାକୀ ଘରେ ରହିଆସୁଥିଲେ। କୌଣସି କାରଣ ନଥାଇ ପ୍ରତ୍ୟେକ ଦିନ ତାଙ୍କ ଦେଢଶୁର ଶତ୍ରୁଘ୍ନ ନାୟକ ମଦ ପିଇବା ପରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ ସହ କଳି ଝଗଡା କରୁଥିଲେ। ଗୁରୁବାର ରାତିରେ ସୁରଥୀ ନିଜ ଘର ଚାବି ପକାଇ ଅନ୍ୟ ଜଣକ ଘରକୁ ଟିଭି ଦେଖିବାକୁ ଯାଉଥିବା ସମୟରେ ଶତ୍ରୁଘ୍ନ ତାଙ୍କ ସହ ଝଗଡା ଆରମ୍ଭ କରିଥିଲେ। ଝଗଡା ଏତେ ଉଗ୍ର ଥିଲା ଯେ ଶତ୍ରୁଘ୍ନ ତାଙ୍କୁ ନଈକୂଳ କୁ ଘୋଷାଡି ନେବା ସହ ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରିବା ପରେ ନଦୀରେ ଭସାଇ ଦେଇଥିଲେ ହେଲେ ନଦୀରେ ପାଣି ଅଳ୍ପ ଥିବାରୁ ଅଧା ଖଣ୍ଡିଆ ମୃତଦେହ ନଦୀ ଭିତରେ ଲାଖି ରହିଥିଲା। ଘଟଣା ପରେ ଶତ୍ରୁଘ୍ନ ଫେରାର ହୋଇଯାଇଥିବା ବେଳେ ପୋଲିସ ଚାରିଆଡେ ତାକୁ ଖୋଜୁଛି।