Odia News Portal

ଇଚ୍ଛା ଡ୍ୟାମ କାମ ଶୀଘ୍ର ସାରିବାକୁ ନବୀନଙ୍କ ଅନୁରୋଧ

ଭୁବନେଶ୍ୱର() ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ଋତୁରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ଜଣାଇଛନ୍ତି ଧନ୍ୟବାଦ । ତ୍ରିପାକ୍ଷିକ ଚୁକ୍ତି ଅନୁସାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଝାଡଖଣ୍ଡ ସରକାରଙ୍କ ଦ୍ୱାରା ନିର୍ମାଣୀଧୀନ ଇଚ୍ଛା ଡ୍ୟାମ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ନିର୍ମାଣଧୀନ ଇଚ୍ଛା ଡ୍ୟାମ କାମ ଶୀଘ୍ର ସାରିବାକୁ ନବୀନ ଅନୁରୋଧ କରିଛନ୍ତି । ୪ଟି ପ୍ରକଳ୍ପ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଲେଖିଛନ୍ତି । ଏହା ଦ୍ୱାରା ଜଳସେଚନ, ବନ୍ୟା ପରିଚାଳନା ଓ କୃଷିରେ ଓଡିଶା ଉପକୃତ ହେବ । ଚୁକ୍ତି ଅନୁଯାୟୀ ଓଡିଶା ନିଜ ଭାଗର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି ବୋଲି ନବୀନ ଲେଖିଛନ୍ତି ।