Odia News Portal

ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ ପାଠପଢ଼ା ଲାଗି ଆସିଲା ନୂଆ ଏସଓପି, ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ୱର: ଏକାଦଶ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲରେ ପାଠ ପଢା ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି । ଦିନ ୧୦ଟାରୁ ସାଢେ ଗୋଟାଏ ଯାଏଁ ଏକାଦଶ ଶ୍ରେଣୀର ପିଲାଙ୍କ ଲାଗି କ୍ଲାସରୁମ ପାଠପଢା ହେବ । ସକାଳ ୯ଟାରୁ ଦିନ ସାଢେ ୧୨ଟା ଯାଏଁ ଚାଲିବ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ୍ । ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ ।

ଏହି ମାସ ୨୧ ତାରିଖରୁ ଏକାଦଶ ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିବ ବୋଲି ବିଭାଗୀୟ ମନ୍ତ୍ରୀ ଆଜି ଘୋଷଣା କରିଥିଲେ । ଆସନ୍ତାକାଲି ସ୍କୁଲ୍ ପରିଚାଳନା ନେଇ ସବୁ ଡିଇଓଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ରେ ପାଠ ପଢା ଚାଲିଛି । ତେବେ, ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ କ୍ଲାସରୁମ ପାଠପଢା କେବେ ଆରମ୍ଭ ହେବ, ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।