Odia News Portal

କିଛି ଠକେଇ ହୋଇନି, ମୋ ପୁଅର ମାସିକ ଦରମା କୋଟିଏ

ଭୁବନେଶ୍ୱର() କିଛି ଠକେଇ ହୋଇନି । ସବୁ ଯଥାର୍ଥ ଅଛି ।  ପୁଅ ମୋ ଟଙ୍କାରେ ଅୟସ କରୁନଥିଲା । ତା’ର ମାସିକ ଦରମା କୋଟିଏ ଟଙ୍କା । ବିଭାଗରେ ଥାଇ ମୁଁ ଅର୍ଥ ହଡ଼ପ କରିନାହିଁ ।  ଭିଜିଲାନ୍ସ ଜାଲରେ ପଡ଼ିଥିବା ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଅଭୟକାନ୍ତ ପାଠକ ଏଭଳି କହିଛନ୍ତି ।

ଆଜି କ୍ୟାପିଟାଲ ହସ୍ପିଟାଲରେ ଆଇଏଫଏସ ଅଭୟ  ପାଠଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।  ଅଭୟଙ୍କ ସହ ତାଙ୍କ ପୁଅ ଆକାଶ ପାଠକଙ୍କ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।  କ୍ୟାପିଟାଲ ହସ୍ପିଟାଲ ଯିବାବେଳେ ଅଭୟ ପାଠ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।

ପ୍ରକାଶ ଯେ,  ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ସାଉଁଟିବାରେ ଲାଗିଛନ୍ତି ଭିଜିଲାନ୍ସର ୧୫୦ ଜଣ କର୍ମଚାରୀ ।