Odia News Portal

CBI ବଦଳରେ SIT ତଦନ୍ତ ଅଧିକ ଫଳପ୍ରଦ ହେବ

ଭୁବନେଶ୍ୱର() ପରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାର SIT ତଦନ୍ତ ଲାଗି ନିଷ୍ପତ୍ତି ଦେଇଛନ୍ତି । ଏନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ଉଚ୍ଚତନ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ SIT ତଦନ୍ତ ସରକାରଙ୍କର କିଛି ଭୁଲ ନିଷ୍ପତ୍ତି ନୁହେଁ । ବ୍ୟକ୍ତିଗତ ଭାବେ ମୋତେ ଅନୁଭବ ହୁଏ ଯେ, CBIଠାରୁ ଭଲ ତଦନ୍ତ SITରେ ସମ୍ଭବ ।

ସେହିଭଳି SIT ତଦନ୍ତରେ ଅଧିକ ସ୍ୱଚ୍ଛତା ମଧ୍ୟ ଆସିବ । ରାଜ୍ୟବାସୀଙ୍କର ଉଚ୍ଚତମ ନ୍ୟାୟାଳୟ ଉପରେ ଭରସା ରହିବା ଆବଶ୍ୟକ । ସେହିଭଳି ପୂର୍ବରୁ ସିବିଆଇ ଓଡ଼ିଶାରେ ୧୦ଟି ମାମଲାର ତଦନ୍ତ ଦାୟିତ୍ୱ ପାଇଛି, ହେଲେ କେଉଁ ଗୋଟିଏ ହେଲେ ମାମଲାରେ ସଫଳ ତଦନ୍ତ ହୋଇପାରିନାହିଁ । ତେଣୁ CBI ବଦଳରେ ପରୀ ମୃତ୍ୟୁ ପ୍ରସଙ୍ଗ SIT ହାତକୁ ଯିବାରେ କୌଣସି ଭୁଲ ନାହିଁ ।