Odia News Portal

ପ୍ରଦୀପ ଓ ଆକାଶଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର

ଭୁବନେଶ୍ୱର() କୋଟିପତି ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସର ଘନଘନ ଜେରା ଚାଲିଥିବା ବେଳେ ସନ୍ଦେହ ଘେରକୁ ଆସିଛନ୍ତିି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀ ଓ ଆକାଶଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ଜଣାପଡିଛି । ତଦନ୍ତ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଟିଏ ଆକାଉଣ୍ଟରେ ଅଢେଇ କୋଟି ଟଙ୍କା ଥିବା ଜଣାପଡିଛି । ବ୍ରହ୍ମପୁର କୋଟାପେଟାରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦୀପଙ୍କର ଅଢେଇ କୋଟି ଟଙ୍କା ଥିବା ଜଣାପଡିଛି ।

ତେବେ ପ୍ରଦୀପଙ୍କ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ଜଣାପଡିଛି । ଆକାଶ ପାଠକଙ୍କ ଆକାଉଣ୍ଟକୁ ପ୍ରାୟ ୫୫ ଲକ୍ଷ ଟଙ୍କା ଯାଇଥିବା ଜଣାପଡିଛି । ବ୍ରହ୍ମପୁର ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ଯାଇଛି ।