Odia News Portal

ପୁଣେରେ ନାଇଟ୍ କର୍ଫ୍ୟୁ,୨୮ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ

ମହାରାଷ୍ଟ୍ର:ଚିନ୍ତା ବଢ଼ାଇଲା କରୋନାର ନୂଆ ଷ୍ଟ୍ରେନ୍ | ମହାରାଷ୍ଟ୍ରରେ ବଢୁଥିବା କରୋନା ସଂକଟକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେଇଛନ୍ତି ବଡ ନିଷ୍ପତ୍ତି । ପୁଣେରେ ରାତି ୧୧ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରୀ କାଳୀନ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ଜରୁରୀ କାଳୀନ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ।ତେବେ ଏହା ସହିତ ୨୮ ଫେବୃଆରୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ବି ନିର୍ଦ୍ଦେଶ ପ୍ରଦାନ କରା ଯାଇଛି । ଏହି ଗାଇଡ ଲାଇନ ଆସନ୍ତା କାଲି ଠାରୁ ଲାଗୁ ହେବ । ସଂନ୍ଧ୍ୟା ୭ ବେଳେ ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକମାନଙ୍କୁ ସମ୍ବୋଦ୍ଧିତ କରିବେ ।

ସୂଚନା ଥାଉ କି,ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଥିଲେ କି ଯେତେବେଳେ ପର୍ଯ୍ୟନ୍ତ ଲୋକମାନେ କରୋନା କଟକଣାକୁ କଡା କଡି ଭାବେ ପାଳନ କରି ନାହାନ୍ତି ସେ ପର୍ଯ୍ୟନ୍ତ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବ । ଏହା ସହ ଲୋକମାନେ ଲକଡାଉନକୁ ସାମ୍ନା କରିବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି ସେ ଚେତାବନୀ ମଧ୍ୟ ଦେଇଥିଲେ । ଏହାସହିତ ଉଦ୍ଧବ ଠାକରେ ଘୋଷଣା କରିଥିଲେ କି କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ‘ମହାତ୍ମା ଜ୍ୟେର୍ତିବା ଫୁଲେ ଜନ ଆରୋଗ୍ୟ ଯୋଜନା’ କୁ ରାଜ୍ୟରେ ଆଉ ଦୁଇମାସ ପାଇଁ ବୃଦ୍ଧି କରାଯିବ ।