Odia News Portal

ନୀଳମଣି ସାମଲ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି

ଭୁବେନଶର()  ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧିବାଦୀ ନୀଳମଣି ସାମଲ ଓଡ଼ିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତିଭାବେ ନିର୍ବାଚିତ ହାଇଛନ୍ତି । ଅଖିଳ ଭାରତ ସ୍ୱାଧୀନତା ସଂଗ୍ରାମୀ ସମିତିର ଅନୁମୋଦନ କ୍ରମେ ରାଜ୍ୟ ସମିତିର ସଭାପତିଭାବେ ଶ୍ରୀ ସାମଲଙ୍କୁ ନିର୍ବାଚିତ କରାଯାଇଛି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟନାୟକଙ୍କ ପରେଲାକରେ ଏହ ପଦବୀ ଖାଲି ପଡ଼ିଥିଲା । ତିନିଥର ରାଷ୍ଟ୍ରପତି ସମ୍ମାନ ପାଇଥିବା ବୟୋଜ୍ୟେ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ସାମଲକ ଘର ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଭଳିର ବାଲିପଡ଼ିଆ ଗ୍ରାମରେ । ତାଙ୍କୁ ଏବେ ୯୭ ବର୍ଷ ବୟସ । ପିଲାଟ ବେଳରୁ ସ୍ୱାଧୀନତା ଆନେ୍ଦାଳନେର ରହ ୧୯୪୨ ଭାରତ ଛାଡ଼ ଆନେ୍ଦାଳନରେ ସେ କାରାବରଣ କରିଥିଲେ । ପରବର୍ତ୍ତୀ ସମୟରେ ବାଲିପଡ଼ିଅ । ଠକ୍କରରୟବାପା ଆଶ୍ରମ ସହିତ ଜଡ଼ିତ ରହି ଦେଶସେବାରେ ନିୟୋଜିତ ଅଛନ୍ତି । ୧୯୨୩ ମସିହା ଫେବୃଆରୀ ୨୩ ତାରିଖର ଜନ/୧ହଣ କରିଥଳବା ଏହ ିବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବର୍ତ୍ତମାନ ଯାଜପୁର ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତିଭାବେ କାର୍ୟ୍ୟ କରୁଛନ୍ତି । ସେ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ, ପଣବ ମୁଖାର୍ଜୀ ଓ ରାମନାଥ କୋବିନ୍ଦଙ୍କ ଠାରୁ ସାମ୍ମାନିତ ହୋଇଛନ୍ତି । ରାଜ୍ୟ ସରକାର ଦ୍ୱାରା ବିଭିନ୍ନ ସମୟର ତାକ ୁସାମ୍ମାନିତ କରାଯାଇଛି ।