Odia News Portal

ନିର୍ଭୟାକୁ ନ୍ୟାୟ ଦେଇଥିବା ଓକିଲ ହେବେ ବିଏସପିରୁ ପାର୍ଥୀ

ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଚର୍ଚ୍ଚାକୁ ଆସିଥିଲେ ଓକିଲ ସୀମା କୁଶବାହ । ନିର୍ଭୟାକୁ ନ୍ୟାୟ ଦେବାରେ ସଫଳ ହୋଇଥିଲେ ଓକିଲ ସୀମା । ସେତେବେଳେ ସୀମାଙ୍କୁ ସାରା ଦେଶ ସାବାସୀ ଦେଇଥିଲା । ଏବେ ସୀମା ରାଜନୀତିରେ ପ୍ରବେଶ କରିବେ ବୋଲି ଜଣାପଡ଼ିଛନ୍ତି । ସେ ଆଜି ବହୁଜନ ସମାଜ ପାର୍ଟି (ବିଏସପି) ରେ ଯୋଗଦେଇଛନ୍ତି । ବିଏସପି ମହାସଚିବ ସତିଶ ଚନ୍ଦ୍ର ମିଶ୍ରା ସୀମାଙ୍କ ବିଏସପିରେ ଯୋଗଦାନ ନେଇ ସୂଚନା ଦେଇଛନ୍ତି ।
ନିର୍ଭୟା ଗଣଧର୍ଷଣ ମାମଲରେ ଦେଶ ଉଠୁଥିବା ପଡୁଥିବା ବେଳେ ନିର୍ଭୟାଙ୍କ କେସ୍ ସେତେବେଳେ ଓକିଲ ସୀମା କୁଶବାହ ନେଇଥିଲେ । ନିର୍ଭୟାଙ୍କୁ ନ୍ୟାୟ ଦେବା ପାଇଁ ସୀମା ଖୁବ ଲଢ଼ିଥିଲେ । ଦୀର୍ଘ ଲଢ଼ାଇ ପରେ ନିର୍ଭୟାଙ୍କ ଅଭିଯୁକ୍ତମାନେ ଶେଷରେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ନର୍ଭୟାଙ୍କ କେସ ଲଢ଼ି ସୀମା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିଥିଲେ ।
ଉତ୍ତର ପ୍ରଦେଶର ବିଧାନସଭାର ୪୦୩ ସିଟ ପାଇଁ ୭ଟି ଦଫାରେ ନିର୍ବାଚନ ହେବ । ନିର୍ବାଚନ ଫେବ୍ରୁଆରୀ ୧୦, ୧୪, ୨୦, ୨୩,୨୭,ମାର୍ଚ୍ଚ ୩,୭ ଓ ୧୦ରେ ହେବ ବୋଲି ଜଣାଯାଇଛି । ୧୦ ମାର୍ଚ୍ଚରେ ଭୋଟ ଗଣତି ହେବ । ନିର୍ବାଚନ ତାରିଖ ଘୋଷଣା ପରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ।