Odia News Portal

ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ପାର୍ଥୀପତ୍ର ଦାଖଲ ପକ୍ରିୟା

ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେବ ପାର୍ଥୀପତ୍ର ଦାଖଲ । ୨୧ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ । ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୫ ତାରିଖ ପ୍ରତ୍ୟାହାର ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।
ଏଥର ମୋଟ ୨କୋଟି ୮୯ଲକ୍ଷ ୩୫ହଜାର ୫୨୦ଭୋଟର ଅଛନ୍ତି । ୯୧ହଜାର ୯୧୩ ୱାର୍ଡ ମେମ୍ବର, ୬ହଜାର ୭୪୯ ସରପଞ୍ଚ, ୬ହଜାର ୭୯୩ ସମିତି ସଭ୍ୟଙ୍କ ପାଇଁ ନିର୍ବାଚନ ହେବ । ସେହିଭଳି ୮୫୩ ଜିଲ୍ଲା ପରିଷଦ ପାଇଁ ପଡିବ ଭୋଟ୍ । ଏଥର ମତଦାନ ପାଇଁ ଅଧିକ ଘଣ୍ଟାଏ ସମୟ ଦିଆଯିବ ।