Odia News Portal

ଏଥର ରହିବ ପ୍ରଶ୍ନକାଳ ଓ ଶୁନ୍ୟକାଳ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ | ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଛି ସର୍ବଦଳୀୟ ବୈଠକ । କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଛି ।ତେବେ ପୂର୍ବ ଅଧିବେଶନ ଭଳି ଏଥର ବି ସକାଳ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ତେବେ ଅପରାହ୍ନ ଅଧିବେଶନ ୩ଟା ପରିବର୍ତ୍ତେ ୪ଟାରୁ ଆରମ୍ଭ ହେବ । ଏଥିସହ ଚଳିତ ଥର ପ୍ରଶ୍ନକାଳ ଏବଂ ଶୁନ୍ୟକାଳ ରହିବ । ଆଜି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ମୁଲତବି ଆଲୋଚନା ଅବଧି ଦେଢ଼ ଘଣ୍ଟା ରହିବାକୁ ନିଷ୍ପତ୍ତି ହୋଇଛି । ଗୃହ ସୁରୁଖୁରୁରେ ଚାଲିବା ନେଇ ଆଜି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ।

୧୮ ତାରିଖ ଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇ, ୨ଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୮ରୁ ଆରମ୍ଭ ହୋଇ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୧ ରୁ ଆରମ୍ଭ ହୋଇ ୩୧ ତାରିଖରେ ଶେଷ କରାଯିବ ।ସେହିଭଳି ଫେବୃଆରୀ ୨୨ ତାରିଖରେ ବଜେଟ୍ ଆଗତ ହେବ । ତେବେ ବଜେଟ୍ ଅଧିବେଶନ କାଳରେ ବିଧାନସଭାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯିବ । ଏଥିପାଇଁ ଆଜି ୩ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି ।ସେହିଭଳି ୩ ପ୍ରମୁଖ ଦଳ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି । ସରକାରୀଙ୍କୁ ଘେରିବାକୁ ବିରୋଧି ଯୋଜନା କରିଥିବା ବେଳେ ଶାସକ ଦଳ ଏନେଇ ଆଜି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବ ।