Odia News Portal

ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ବର: ଦ୍ଵିତୀୟ ଦିନରେ ବଜେଟ ଅଧିବେଶନ ଆରମ୍ଭରୁ ଗୃହ ମୁଲତବୀ । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ପ୍ରବଳ ହୋହାଲ୍ଲା ଓ ହଟ୍ଟଗୋଳ । ଯାହାକୁ ନେଇ ପ୍ରଥମେ ଗୃହକୁ ୧୧ଟା ୩୦ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇ ଥିବା ସମୟରେ ପୁନର୍ବାର ଗୃହକୁ ଅପରାହ୍ନ ୪ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ତେବେ ଆଜି ବଜେଟ ଅଧିବେଶନ ୨ଦିନ ଆରମ୍ଭରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ଧାନ କିଣାରେ ଅମିୟମିତତା ଓ ଚାଷୀ ସମସ୍ୟା ନେଇ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଓ ହଟ୍ଟଗୋଳ କରିଛନ୍ତି ।

ବିଜେପି ସଦସ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ଗାଉନ ପିନ୍ଧି ଗୃହ ମଧ୍ୟ ଭାଗରେ ନାରାବାଜି କରିଥିଲେ। ଗୃହରେ ହଟ୍ଟଗୋଳକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି। ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଛନ୍ତି ଯେ ମଣ୍ଡିରେ ଧାନ ପଡ଼ିରହିଛି। ଧାନ ଉଠୁନି । କେତେବେଳେ ଟୋକନ କଥା କହୁଛନ୍ତି । କେତେବେଳେ ଦଳୀୟ .ନେତା ନିଷ୍ପତ୍ତି ନେଉଛନ୍ତି । ସେଥିପାଇଁ ଧାନ ଉଠୁନି । ବିଜେପିର ଦାବି ଅବିଳମ୍ବେ ଧାନ ଉଠାଯାଉ । ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ । ଦିନରେ ଆଖିରେ ଆଙ୍ଗୁଠି ଗେଞ୍ଜି ସତକୁ ମିଛ, ମିଛକୁ ସତ କରୁଛି ବିଜେଡି ବୋଲି ସେ ଅଭିଯୋଗ କରିଛନ୍ତି ।