Odia News Portal

ବାରବାଟୀରେ କାଲିଠାରୁ ଓଡ଼ିଶା କ୍ରିକେଟ୍ ଲିଗ୍

ଓଡିଶାରେ ଆରମ୍ଭ ହେବାକୁ ଯାଉଛି ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ । ଆସନ୍ତାକାଲିଠାରୁ ଆରମ୍ଭ ହେବେ ଏମ୍‌ଜିଏମ୍‌ ଟି-୨୦ କ୍ରିକେଟ୍‌ ଲିଗ୍‌ । ଏଥିରେ ୬ଟି ଟିମ୍‌ ଭାଗନେବାକୁ ଯାଉଛି । କୋଭିଡ଼ କଟକଣା ମଧ୍ୟରେ ଖେଳାଯିବ ସମସ୍ତ ମ୍ୟାଚ୍‌ ।

ରବିବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଟିମ୍ ଭାଗ ନେବେ । ୬ଟି ଟିମରେ ଓଡ଼ିଶା ପ୍ୟାନଥର୍ସ, ଓଡ଼ିଶା ଚିତାସ୍, ଓଡ଼ିଶା ଲାଇଅନ୍ସ, ଓଡ଼ିଶା ଟାଇଗରସ୍, ଓଡ଼ିଶା ପୁମାସ୍, ଓଡ଼ିଶା ଜାଗୁଆରସ୍ ପ୍ରଭୃତି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି | ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜନ କରାଯିବ । ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଜାନୁଆରୀ ୧୪ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ଜାନୁଆରୀ ୧୪ରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ । ଓସିଏ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରୁଛି ।