Odia News Portal

ପୂଜାକୁ ହଁ, ଶ୍ରଦ୍ଧାଳୁଙ୍କୁ ନା

ଭୁବନେଶ୍ୱର: ଏଥର ବି ବିନା ଭକ୍ତରେ ହେବ ପାର୍ବଣ ପୂଜା। ପାର୍ବଣ ପୂଜାକୁ ନେଇ ଜାରି ହେଲା ନୂଆ ଗାଇଡଲାଇନ୍। ପାର୍ବଣ ଋତୁ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର। ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଇଁ ଗାଇଡଲାଇନ୍ ଜାରି ହୋଇଛି। ମହାମାରୀ କରୋନା ପାଇଁ ଏଥର ବି କଟକଣା ମଧ୍ୟରେ ପୂଜା ଆୟୋଜନ ହେବ। ଏଥିପାଇଁ କମିଟିମାନଙ୍କୁ ଅନୁମତି ନେବାକୁ ପଡ଼ିବ। ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ସ୍ଵତନ୍ତ୍ର ଅନୁମତି ଜରୁରୀ। ଜିଲ୍ଲାରେ ଜିଲ୍ଲାପାଳ, ଟ୍ଵିନ୍ ସିଟିରେ ସିପିଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ଚଳିତ ବର୍ଷ କେବଳ ପରମ୍ପରା ରକ୍ଷା ପାଇଁ ନିରାଡ଼ମ୍ବର ଭାବେ ପୂଜା ଆୟୋଜନ କରାଯିବ। ତେବେ ପୂଜା ପୂଜା ପେଣ୍ଡାଲରେ କୌଣସି ସାଜସଜ୍ଜା ମନା। ମଣ୍ଡପକୁ ଶ୍ରଦ୍ଧାଳୁ ଆସିବା ବାରଣ କରାଯାଇଛି। ୪ ମାସ ପାଇଁ ଏହି କଟକଣା କାରିଛନ୍ତି ରାଜ୍ୟ ସରକାର।

ପୂଜା ମଣ୍ଡପର ପ୍ରତିମାଙ୍କ ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ମଣ୍ଡପର ତିନି ପାର୍ଶ୍ଵ ଆବଦ୍ଧ ରହିବ। ଗୋଟିଏ ପାର୍ଶ୍ଵ ସାମାନ୍ୟ ଖୋଲା ରହିବ। ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ। ସେହିପରି ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଏକାଠି ହେବା ମନା। ପୂଜକ, ଆୟୋଜକ, କର୍ତ୍ତାଙ୍କୁ ମିସାଇ ୭ ଜଣରୁ ଅଧିକ ରହିପାରିବେ ନାହିଁ। ଶିକ୍ଷାନୁଷ୍ଠାନରେ ସୀମିତ ଶିକ୍ଷାର୍ଥୀଙ୍କୁ ନେଇ ପୂଜା ଅନୁଷ୍ଠିତ ହେବ।