Odia News Portal

ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ, ଆସନ୍ତୁ ଜାଣିବା ଏହା ବିଷୟରେ

ଭୁବନେଶ୍ୱର : ଓଡିଶାରେ ଚିହ୍ନଟ ହେଲେ ବ୍ଲାକ୍ ଫଙ୍ଗସ୍ ରୋଗୀ । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପାଖରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହୋଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ଡିଏମଇଟିଙ୍କ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇ ସୂଚନା ଦିଅ ।ଯାଇଛି ।

ସମ୍ପୃକ୍ତ ରୋଗୀଙ୍କ ବୟସ ୭୧ ବର୍ଷ ହୋଇଥିବାବେଳେ ସେ ଅନିୟନ୍ତ୍ରିତ ମଧୁମେହ ରୋଗରେ ପୀଡିତ ଥିଲେ ।ଗତ ଏପ୍ରିଲ ୨୦ ତାରିଖରେ ସେ ପଜିଟିଭ୍ ଚିହ୍ନଟ ହେବା ପରେ ଘରେ ହୋମ୍ ଅ ।ଇସୋଲେସନରେ ରହିଥିଲେ । ଏହାପରେ ତାଙ୍କ ପାଖରେ ବ୍ଲାକ୍ ଫଙ୍ଗସର ଲକ୍ଷଣ ଦେଖାଯିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ତାହା ବ୍ଲାକ୍ ଫଙ୍ଗସ୍ ବୋଲି ସ୍ପଷ୍ଟ ହୋଇଛି । ଏହାପରେ ସେ ହୋମ୍ ଆଇସୋଲେସନରେ ଥିଲେ । ଗତ ୮ତାରିଖରେ ତାଙ୍କ ଅ ।ଖି ଫୁଲିବା ସହ ନାକରୁ କଳାପାଣି ବାହାରିଥିଲା । ପୁରୁଣା ଏୟାର କୁଲର ବ୍ୟବହାର ସଂକ୍ରମଣର କାରଣ ବୋଲି ସନ୍ଦେହ କରାଯାଉଛି । ଦୀର୍ଘଦିନ ଧରି କୁଲରର ପାଣି ବଦଳା ଯାଇନଥିଲା । ଏବେ ଅ।କ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଏହା ଏପରି ରୋଗ ଯାହା ପ୍ରାଣ ଘାତକ ହୋଇପାରେ । ଦାର୍ଘଦିନ ଧରି ଔଷଧ ଖାଉଥିବା ରୋଗୀଙ୍କୁ ଏହି ଫଙ୍ଗାଲ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ । କାରଣ ଏମାନଙ୍କ ନିକଟରେ ପରିବେଶରେ ଘୁରି ବୁଲୁଥିବା ରୋଗ ସୃଷ୍ଟି କରୁଥିବା ଜୀବାଣୁଙ୍କ ବିରୋଧରେ ଲିବା ପାଇଁ କ୍ଷମତା ହ୍ରାସ ପାଇଥାଏ । ଫଳରେ ନିଶ୍ୱାସ-ପ୍ରଶ୍ୱାସ ବେଳେ ଫଙ୍ଗାଲ କଣିକା ଦେହ ଭିତରକୁ ଯାଇ ସାଇନସ୍ ବା ଫୁସଫୁସକୁ ସଂକ୍ରମିତ କରିଥାଏ । କରୋନାରୁ ସୁସ୍ଥ ହେବା ପରେ କିଛି ରୋଗୀଙ୍କ ଠାରେ କଳା ଫଙ୍ଗସ୍ ଦେଖାଯିବା ପରେ ଏ ନେଇ ଆଡଭାଇଜରୀ ଜାରି କରିଛି ଇଣ୍ଡିଆନ୍ କାଉନସିଲ୍ ଫର ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମଆର ।

“କଳା ଫଙ୍ଗସ’ର ଲକ୍ଷଣ ମଧ୍ୟରେ ଆଖି କିମ୍ବା ନାକ ଚାରିପଟେ ଯନ୍ତ୍ରଣା ହେବା ଏବଂ ଲାଲ ପଡ଼ିଯିବା । ମୁଣ୍ଡ ବିନ୍ଧିବା, କାଶ ହେବା, ଜ୍ୱର ହେବା । ନିଶ୍ୱାସ-ପ୍ରଶ୍ୱାସରେ କଷ୍ଟ ହେବା । ରକ୍ତ ବାନ୍ତି ହେବା । ନାକ ଚୁଂଟି ହେବା । ନାକରୁ କଳା ପାଣି ବାହାରିବା । ନାକ ଆଖପାଖରେ କଳା ରଙ୍ଗର ଚିହ୍ନ ପଡ଼ିବା । ଗାଲ ହାଡ଼ ଓ ମାଢ଼ିରେ ଯନ୍ତ୍ରଣା ହେବା । ଚର୍ମରେ କ୍ଷତ ଓ ଛାତିରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖା ଦେଇପାରେ । କରୋନା ରୋଗୀ, ଅନିୟନ୍ତ୍ରିତ ମଧୁମେହରେ ଆକ୍ରାନ୍ତ ଥିବା ବ୍ୟକ୍ତି ଦୀର୍ଘଦିନ ଧରି ଆଇସିୟୁରେ ରହିଥିବା ରୋଗୀ, ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଦୀର୍ଘଦିନ ଧରି ଔଷଧ ସେବନ କରୁଥିବା ବ୍ୟକ୍ତି ଓ ଷ୍ଟେରଏଡ୍ ନେଉଥିବା ବ୍ୟକ୍ତି ଅଧିକ ପ୍ରଭାବିତ ହୋଇଥାନ୍ତି । ମ୍ୟୁକରମାଇକୋସିସ୍ ବା କଳା ଫଙ୍ଗସ୍ ଏକ ବିରଳ ସଂକ୍ରମଣ । ତେବେ କରୋନା ମହାମାରୀ ସମୟରେ ଏହି ରୋଗରେ ଅ ।କ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମାଟି ଓ ଅନ୍ୟାନ୍ୟ ଅସ୍ୱାସ୍ଥ୍ୟକର ପରିବେଶରୁ ମଧ୍ୟ ଏହା ବ୍ୟାପିଥାଏ ।