Odia News Portal

ସଂକ୍ରମଣ ନେଉଛି ଜୀବନ: ଆଉ ୧୭ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୮୨ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମୟରେ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୩୨ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

କରୋନା ମୃତକଙ୍କ ମଧ୍ୟରୁ ଅନୁଗୁଳରୁ ୩ ଜଣ, ବାଲେଶ୍ଵରରୁ ଜଣେ , ବୌଦ୍ଧରୁ ଜଣେ, ଭୁବନେଶ୍ଵରରୁ ୨ଜଣ , ଢେଙ୍କାନାଳରୁ ଜଣ, ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ୨ଜଣ, ଖୋର୍ଦ୍ଧାରୁ ଜଣେ , ନୂଆପଡାରୁ ୨ଜଣ , ପୁରୀରୁ ଜଣେ ଏବଂ ସୁନ୍ଦରଗଡରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ରହିଛନ୍ତି ।