Odia News Portal

ରାଜ୍ୟରେ ଆଉ ୩୩୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚିହ୍ନଟ ସଂକ୍ରମିତ ମାନଙ୍କ ମଧ୍ୟରୁ ୧୯୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ସମୟରେ ବାକି ୧୪୦ ଜଣ ସଂକ୍ରମିତ ହେଉଛନ୍ତି ଲୋକାଲ କେସ୍।

ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୦ଜଣ ସଂକ୍ରମିତ ସାମ୍ନାକୁ ଆସିଥିବା ବେଳେ ଅନୁଗୋଳ ଜିଲ୍ଲାରେ ୨୩, ବାଲେଶ୍ୱରରେ ୧୮, ବରଗଡ଼ରେ ୧୦, ଭଦ୍ରକରେ ୧୦, ବଲାଙ୍ଗିରରେ ୨୭, ବୌଦ୍ଧରେ ୨, କଟକରେ ୨୬, ଗଞ୍ଜାମରେ ୫, ଜଗତସିଂହପୁରରେ ୩, ଯାଜପୁରରେ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

ସେହିଭଳି ଝାରସୁଗୁଡ଼ାରେ ୧୪, କଳାହାଣ୍ଡିରେ ୫, କେନ୍ଦ୍ରାପଡ଼ାରେ ୧୬, କେନ୍ଦୁଝରରେ ୫, ଖୋର୍ଦ୍ଧାରେ ୩୦, ମୟୂରଭଞ୍ଜରେ ୨୦, ନୂଆପଡ଼ାରେ ୧୩, ରାୟଗଡ଼ାରେ ୯ ଓ ସମ୍ବଲପୁରରେ ୩୦ ଜଣ ଚିହ୍ନଟ ହୋଇଥିବା ସମୟରେ ଦେବଗଡ଼, ଢେଙ୍କାନାଳ, ଗଜପତି, କନ୍ଧମାଳ, କୋରାପୁଟ, ନୟାଗଡ଼, ପୁରୀ ଓ ସୋନପୁରରେ ଜଣେ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଷ୍ଟେଟ୍‌ ପୁଲ୍‌ରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ବି ଚିହ୍ନଟ ହୋଇନାହାନ୍ତି।

୩୩୪ ନୂଆ ସଂକ୍ରାମିତଙ୍କ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୨୦୧ରେ ପହଞ୍ଚିଥିବା ବେଳେ ୩,୨୩,୩୭୮ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୯୧୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ ଏଯାବତ କରୋନାରେ ୧,୮୫୭ ଜଣଙ୍କ ମୃତ୍ୟୁ ଘଟିସାରିଛି।