Odia News Portal

ରାଜ୍ୟରେ ୨୪ ଘଣ୍ଟାରେ ୪୮୫୧ ପଜିଟିଭ୍ ଚିହ୍ନଟ

*ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୩ଜଣ ସଂକ୍ରମିତ ଚିହ୍ନଟ।

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୧ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୨୩୧୫ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୩୭ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୨୮୧୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୩ଜଣ, ଅନୁଗୁଳ ଜିଲ୍ଲାରୁ ୧୧୧ଜଣ, ବୌଦ୍ଧ ଜିଲ୍ଲାରୁ ୨୨ଜଣ, କଟକ ଜିଲ୍ଲାରୁ ୩୦୪ଜଣ, ଦେଓଗଡ଼ ଜିଲ୍ଲାରୁ ୩୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୧ଜଣ, ଗଜପତି ଜିଲ୍ଲାରୁ ୩୫ଜଣ, ଯାଜପୁର ଜିଲ୍ଲାରୁ ୬୪ଜଣ,ବାଲେଶ୍ୱର ଜିଲ୍ଲାରୁ ୫୨ଜଣ, ବରଗଡ଼ ଜିଲ୍ଲାରୁ ୩୧୮ଜଣ, ଭଦ୍ରକ ଜିଲ୍ଲାରୁ ୭୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୨୭ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୧ଜଣ, ଜଗତସିଂହପୁର ଜିଲ୍ଲାରୁ ୩୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୯୦ଜଣ, କଳାହାଣ୍ଡି ଜିଲ୍ଲାରୁ ୭୯ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି କନ୍ଧମାଳ ଜିଲ୍ଲାରୁ ୨୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୮ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୬ଜଣ, ସମ୍ବଲପୁର ଜିଲ୍ଲାରୁ ୧୭୧ଜଣ, ସୋନପୁର ଜିଲ୍ଲାରୁ ୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୯୪ଜଣ, ନୟାଗଡ଼ ଜିଲ୍ଲାରୁ ୬୬ଜଣ, ନୂଆପଡ଼ା ଜିଲ୍ଲାରୁ ୪୮୬ଜଣ, ପୁରୀ ଜିଲ୍ଲାରୁ ୨୨୩ଜଣ, ରାୟଗଡ଼ା ଜିଲ୍ଲାରୁ ୮୫ଜଣ, କୋରାପୁଟ ଜିଲ୍ଲାରୁ ୬୨ଜଣ, ମାଲକାନଗିରି ଜିଲ୍ଲାରୁ ୩୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୭୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୧୬ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୪୫ଜଣ ରହିଛନ୍ତି ।