Odia News Portal

ରେକର୍ଡ ଭାଙ୍ଗିଲା କିଲର ଭାଇରସ୍: ୬ ହଜାର ପାର୍ ସଂକ୍ରମଣ

*୨୪ ଘଣ୍ଟା ମଧ୍ୟରେ ୬୧୬୪ କରୋନା ପଜିଟିଭ୍ ଚିହ୍ନଟ ।
* ଟେନସନ୍ ବଢ଼ାଇଲା ଖୋର୍ଦ୍ଧା ସଂକ୍ରମଣ ଦିନକରେ ୧୧୩୨ ପଜିଟିଭ ।

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୬୪ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୮୪୭୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୮୯ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୫୭୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୨୬ଜଣ, ବୌଦ୍ଧ ଜିଲ୍ଲାରୁ ୩୮ଜଣ, କଟକ ଜିଲ୍ଲାରୁ ୩୬୦ଜଣ, ଦେଓଗଡ଼ ଜିଲ୍ଲାରୁ ୩୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୭ଜଣ, ଗଜପତି ଜିଲ୍ଲାରୁ ୫୫ଜଣ, ଗଞ୍ଜାମ ଜିଲ୍ଲାରୁ ୧୩୫ଜଣ, ଜଗତସିଂହପୁର ଜିଲ୍ଲାରୁ ୬୩ଜଣ, କଳାହାଣ୍ଡି ଜିଲ୍ଲାରୁ ୪୫୨ଜଣ, କନ୍ଧମାଳ ଜିଲ୍ଲାରୁ ୨୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୮ଜଣ, ଯାଜପୁର ଜିଲ୍ଲାରୁ ୧୫୪ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମାଲକାନଗିରି ଜିଲ୍ଲାରୁ ୧୬ଜଣ, ଅନୁଗୁଳ ଜିଲ୍ଲାରୁ ୧୩୬ଜଣ, ବାଲେଶ୍ୱର ଜିଲ୍ଲାରୁ ୭୮ଜଣ, ବରଗଡ଼ ଜିଲ୍ଲାରୁ ୨୩୬ଜଣ, ଭଦ୍ରକ ଜିଲ୍ଲାରୁ ୭୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୦୭ଜଣ, ନୟାଗଡ଼ ଜିଲ୍ଲାରୁ ୯୯ଜଣ, ନୂଆପଡ଼ା ଜିଲ୍ଲାରୁ ୪୫୯ଜଣ, ପୁରୀ ଜିଲ୍ଲାରୁ ୨୮୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୫୫ଜଣ, କେନ୍ଦୁଝର ଜିଲ୍ଲାରୁ ୨୦୫ଜଣ, କୋରାପୁଟ ଜିଲ୍ଲାରୁ ୪୫ଜଣ,ରାୟଗଡ଼ା ଜିଲ୍ଲାରୁ ୧୦୫ଜଣ, ସମ୍ବଲପୁର ଜିଲ୍ଲାରୁ ୨୨୯ଜଣ, ସୋନପୁର ଜିଲ୍ଲାରୁ ୯୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୨୭ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୪୧ଜଣ ରହିଛନ୍ତି ।