Odia News Portal

ଏସସିବି ହସ୍ପିଟାଲର ହେବ ନବକଳେବର

କଟକ: ବିଶ୍ୱସ୍ତରୀୟ ହେବ ଏସସିବି ହସ୍ପିଟାଲ । ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା । ୩୫୦ କୋଟି ଟଙ୍କାର ଖର୍ଚ୍ଚରେ ପ୍ରକଳ୍ପ କାମ ଆଗେଇବ । ଏମ୍ସ ପ୍ଲସ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାରୀ ସ୍ତରରେ ମେଡିକାଲ କଲେଜ ପାଇଁ ଦେଶର ସର୍ବ ବୃହତ ପ୍ରକଳ୍ପ । ୧ ଜାନୁଆରୀ ୨୦୨୪ରେ ଉଦଘାଟନ ପାଇଁ ଲକ୍ଷ୍ୟ । ପ୍ରଥମ ପର୍ଯ୍ୟାୟରେ ୩୫୦୦ ଶଯ୍ୟାର ସୁବିଧା ରହିବ । ପରେ ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ୫ ହଜାରକୁ ବୃଦ୍ଧି କରାଯିବ । ୩ ବର୍ଷରେ ସଂପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପରେ ଡାକ୍ତର, ରୋଗୀ, ରୋଗୀଙ୍କ ସହାୟକ, ସ୍ୱାସ୍ଥ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯିବ ।

ହସ୍ପିଟାଲରେ ୧୨୮୦ଟି ସରକାରୀ ବାସଗୃହ, ୨୨୦୦ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ଛାତ୍ରାବାସ ମଧ୍ୟ ନିର୍ମାଣ କରାଯିବ । ହସ୍ପିଟାଲ ସହ କ୍ରୀଡା ଓ ଓ ମନୋରଞ୍ଜନର ଉନ୍ନତି ପାଇଁ ମଧ୍ୟ ଉତ୍ତମ ପରିବେଶ ସୃଷ୍ଟି କରାଯିବ । ଆହୁରି ମଧ୍ୟ ୫ଟି ଅଧିନରେ ଏହା କାର୍ଯ୍ୟକାରୀ ହେବ ବୋଲି ସରକାର କହିଛନ୍ତି । ଆଜିର ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।