Odia News Portal

ଶସ୍ତା ହେବ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ

ଶସ୍ତା ହେବ ଖାଇବା ତେଲ । ଭାରତୀୟ ବଜାରରେ ଶସ୍ତା ହେବ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ । ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲର ଡ୍ୟୁଟି ମୁକ୍ତ ଆମଦାନୀକୁ କେନ୍ଦ୍ର ଅନୁମତି ଦେଇଛି । ବାର୍ଷିକ ୨୦ ଲକ୍ଷ ମେଟ୍ରିକ ଟନ୍ ଅଶୋଧିତ ସୋୟାବିନ୍ ଓ ସୂର୍ଯ୍ୟମୁଖୀ ଆମଦାନୀକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଆଜିଠାରୁ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡ୍ୟୁଟି ମୁକ୍ତ ଆମଦାନୀ କରିହେବ । ଖାଇବାତେଲର ଅହେତୁକ ଦାମ ଦର ବୃଦ୍ଧିକୁ ଦେଖି କେନ୍ଦ୍ର ଟିକସ ଛାଡ ପାଇଁ ନିଷ୍ପତ୍ତି ନେଇଛି । ୬୦ ପ୍ରତିଶତ ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲ ଭାରତ ଆମଦାନୀ କରେ । ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଏବେ ଖାଇବା ତେଲ ଆମଦାନୀ ପ୍ରଭାବିତ ହୋଇଥିବାରୁ ଦର ବଢିଛି । ମୁଖ୍ୟତଃ ୟୁକ୍ରେନରୁ ସୂର୍ଯ୍ୟମୁଖୀ ଆମଦାନୀ ହୁଏ ।