Odia News Portal

ଓମିକ୍ରନ ପାଇଁ ଲୋକଙ୍କୁ ସଚେତନ ଓ ମାସ୍କ ବଣ୍ଟନ

ଭୁବନେଶ୍ୱର : ହୁ ହୁ ହୋଇ ବଢୁଛି ଓମିକ୍ରନ । ଏହାକୁ ଦୃଷ୍ଟିରେ ରଖି ଆଜି ମାଉସୀମା’ ଛକରେ ମା’ ଗଜଲକ୍ଷ୍ମୀ ପୂଜା କମିଟି ଏବଂ ଟ୍ରଷ୍ଟ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲେକଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ, କାର୍ୟ୍ୟକାରୀ ସଭାପତି ରୋଟାରୀଆନ୍ ପ୍ରସନ୍ନ ଚୈଧୁରୀ, ଅତିରିକ୍ତ ସଂପାଦକ ଶଶୀଭୂଷଣ ଦାସ, ଅନୁଷ୍ଠାନର ସମ୍ପାଦକ ପ୍ରଭାତ ସାହୁ, ଉପ-ସଭାପତି ରୋଟାରିଆନ ଗଦାଧର ଦାସ, କୋଷାଧ୍ୟକ୍ଷ ବ୍ରଜ ନାୟକ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏବଂ କମିଟି ସଦସ୍ୟ ପ୍ରଣୟ ଜେଠୀ, ଲୋକନାଥ ଓଝା, ଶ୍ରୀକାନ୍ତ ନାୟକ, ଆଲୋକ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ଓ ସମସ୍ତେ ସରକାରୀ ନିୟମ ମାନି କାର୍ଯ୍ୟ କରିବାକୁ ଶପଥ ନେଇଥିଲେ।