Odia News Portal

ନିରଞ୍ଜନଙ୍କୁ ଆକ୍ରମଣ ଉଦ୍ୟମ: ଜଣେ ଅଟକ

କେନ୍ଦୁଝର: ପିସିସି ସଭାପତିଙ୍କୁ ଆକ୍ରମଣ ଘଟଣାରେ ଜଣେ ଅଟକ । ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ମହାନ୍ତିଙ୍କୁ ଅଟକ ରଖିଛି ଟାଉନ ଥାନା ପୋଲିସ୍ | ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଛି । ତେବେ ନିରଞ୍ଜନଙ୍କ ସୁରକ୍ଷା ପାଇଁ ନିରଞ୍ଜନଙ୍କ ଡ୍ରାଇଭର ଓ ସୁରକ୍ଷାକର୍ମୀ ଆଗକୁ ଆସିବାରୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି | ନିରଞ୍ଜନଙ୍କ ଉପସ୍ଥିତିରେ ଟାଉନ୍ ଥାନାରେ ଏତଲା ଦେଇଛନ୍ତି ସୁରକ୍ଷାକର୍ମୀ।

ସୂଚନାନୁଯାୟୀ, ଗତକାଲି କେନ୍ଦୁଝର ଟାଉନ ଥାନା କାଶିପୁରରେ ପିସିସି ସଭାପତି ଯାଉଥିବା ଗାଡ଼ିକୁ ଅଟକାଇ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ନିରଞ୍ଜନଙ୍କ ସୁରକ୍ଷା ପାଇଁ ନିରଞ୍ଜନଙ୍କ ଡ୍ରାଇଭର ଓ ସୁରକ୍ଷାକର୍ମୀ ଆଗକୁ ଆସିବାରୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏନେଇ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜ୍ଜୁ ହୋଇଛି । ତେବେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଗାଡ଼ିରେ ଆସୁଥିବା ବେଳେ କିଛି ଯୁବକ ଓଭରଟେକ୍ କରି ଅଚାନକ୍ ତାଙ୍କ ଗାଡ଼ିକୁ ରାସ୍ତାରେ ଅଟକାଇଥିଲେ । ପିଏସଓ ଯାଇ ଯେତେବେଳେ ପଚାରିଥିଲେ କ’ଣ ପାଇଁ ଅଟକାଇଥିଲେ, ଗାଡ଼ିକୁ ଦୃର୍ବୃତ୍ତମାନେ ବାଡେଇଥିଲେ । ଆଉ ଏହି ସମୟରେ ଏକ ଆମ୍ବୁଲାନ୍ସ ଯାଉଥିବାର ସୁଯୋଗ ନେଇ ସେମାନେ, ସେଇ ଆଢ଼ୁଆଳରେ ଖସିଯାଇଥିଲେ । ତେବେ ନିରଞ୍ଜନଙ୍କୁ ଆକ୍ରମଣ ଉଦ୍ୟମ ଘଟଣାର ପ୍ରତିବାଦ କରାଯାଇଛି। ଆକ୍ରମଣ ଘଟଣାକୁ ନେଇ ଯୁବ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । କଂଗ୍ରେସକର୍ମୀଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବୁଝାସୁଝା କରିବା ପରେ ପ୍ରତିବାଦରୁ ଓହରିଯାଇଥିଲେ ।