Odia News Portal

ହାଇଦରର ‘ଗୁପ୍ତ ଆଡ୍ଡା’ ଉପରେ ପୋଲିସର ନଜର

*ବର୍ଡର ସିଲ୍ କରିବାକୁ ସବୁ ଜିଲ୍ଲା ଏସ୍ ପି, ଏସ୍ ଟିଏଫ୍ , କମିଶନରେଟ୍ ପୋଲିସର ଡିସିପିଙ୍କୁ ନିର୍ଦ୍ଦେଶ |

ଭୁବନେଶ୍ୱର: ଫେରାର ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବାକୁ ପୋଲିସର ଅପରେସନ୍ ହାଇଦର ଜାରି। ଡିଜିଙ୍କ କ୍ୟାମ୍ପ ଅଫିସରେ ବରିଷ୍ଠ ପୋଲିସ ଅଫିସରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ଅଭୟ। ବୈଠକରେ ଏଡିଜି- ଲ ଆଣ୍ଡ ଅର୍ଡର, ଆଇଜି ଇଣ୍ଟେଲିଜେନ୍ସ, ସ୍ପେଶାଲ ସ୍କ୍ୱାର୍ଡ ଓ ବହୁ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ଥିଲେ । ହାଇଦରକୁ ଧରିବା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ହାଇଦରର ଲୋକେସନ୍ ଟ୍ରେସିଂ କରାଯାଉଛି । ହାଇଦରକୁ ଧରିବାକୁ ରାଜ୍ୟରେ ନାକାବନ୍ଦୀ ସହିତ ସିସିଟିଭି ଫୁଟେଜ୍ ଖୋଳତାଡ଼ କରାଯାଉଛି। ଫେରାର ହାଇଦରକୁ ଗିରଫ କରିବାରୁ ବର୍ଡର ସିଲ୍ କରିବାକୁ ସବୁ ଜିଲ୍ଲା ଏସ୍ ପି, ଏସ୍ ଟିଏଫ୍ , କମିଶନରେଟ୍ ପୋଲିସର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ବର ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ଲୋକଙ୍କୁ ହାଇଦରର ଫଟୋ ଦେଖାଇ ଖୋଜୁଛି ପୋଲିସ।

ଜିଆରପି ଓ କମିଶନରେଟ୍ ପୋଲିସ ପକ୍ଷରୁ ଲୋକଙ୍କୁ ହାଇଦରର ଫଟୋ ଦେଖାଇ ଲୋକଙ୍କୁ ପଚରା ଯାଉଛି। ହାଇଦର ଏକ ଧଳା ରଙ୍ଗର ଗାଡ଼ିରେ ଖସି ଯାଇଥିବା ଜଣାପଡ଼ିଛି। ବୈଠକ ପରେ କ୍ରାଇମ ବ୍ରାଂଚ ଏଡିଜି ଯଶୱନ୍ତ ଜେଠୱା କହିଛନ୍ତିି ଖୁବ ଶୀଘ୍ର ଧରାପଡ଼ିବ ହାଇଦର । ରାଜ୍ୟର ସମସ୍ତ ଏସପିଙ୍କୁ ଆଲର୍ଟ କରାଯାଇଛି । ବର୍ତ୍ତମାନ ଯାହା ପ୍ରମାଣ ମିଳିଛି ତାହା ଉପରେ ତଦନ୍ତ ଚାଲିଛି । ପରିବାର ଲୋକଙ୍କୁ ପରେ ଜେରା ହେବ । ପ୍ରଥମ କାମ ରେଡ୍ କରି ହାଇଦରକୁ ଧରିବା । ଏକ କେସ ରେଜିଷ୍ଟର ହୋଇଛି । ସିଷ୍ଟରଙ୍କ ବୟାନ ରେକର୍ଡ କରାଯିବ । ମେଡିକାଲ ସିସିଟିଭି ଯାଞ୍ଚ ହେବ ବୋଲି କହିଛନ୍ତି ଯଶୋବନ୍ତ ଜେଠୱା।