Odia News Portal

ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ସକାଳ ୭ରୁ ଅପରାହ୍ମ ୧ଟା ପର୍ଯ୍ୟନ୍ତ ଚାଲିବ

ଆରମ୍ଭ ହେଲା ଗାଁ ଭୋଟର ଗଣପର୍ବ । ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସକାଳ ୭ଟାରୁ ୩୦ ଜିଲ୍ଲାର ୧ ହଜାର ୬୬୯ଟି ପଞ୍ଚାୟତରେ ଆରମ୍ଭ ହୋଇଛି ମତଦାନ । ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର । ପ୍ରଥମ ପର୍ଯ୍ୟାୟରେ ଆଜି ୨୦୦ ଜିଲ୍ଲା ପରିଷଦ ଆସନର ଭୋଟିଂ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ରାଜ୍ୟରେ ମୋଟ ୧୩ ହଜାର ୭୮୫ଟି ଉତ୍ତେଜନାପ୍ରବଣ ବୁଥ ଚିହ୍ନଟ ହୋଇଛି । ୩ ହଜାର ୩୫୭ଟି ସମ୍ବେଦନଶୀଳ ବୁଥରେ ଭୋଟ ଗ୍ରହଣ ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ମାଓ ପ୍ରବଣ ଜିଲ୍ଲାରେ ଭୋଟ ଗ୍ରହଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ବୁଥରେ ଭୋଟ ଗ୍ରହଣ ବେଳେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ପାଇଁ ବ୍ୟବସ୍ଥା ହୋଇଛି ।
ଭୋଟଦେବା ପାଇଁ ଓ୍ବାର୍ଡ଼ଓ୍ବାରୀ ପ୍ରସ୍ତୁତ ଭୋଟର ତାଲିକାରେ ଭୋଟରଙ୍କ ନାମ ଥିବା ଜରୁରୀ । ଭୋଟର ପରିଚୟ ପତ୍ର ନଥିଲେ ଆଧାର କାର୍ଡ କିମ୍ବା ନିର୍ବାଚନ କମିଶନଙ୍କ ଅନୁମୋଦିତ ୧୩ଟି ଆଇ-କାର୍ଡରୁ ଗୋଟିଏ ପରିଚୟ ପତ୍ର ଦେଖାଇ ଭୋଟ ଦେଉଛନ୍ତି ଭୋଟର୍ । ତେବେ ଯେଉଁମାନେ କୋଭିଡ ଆକ୍ରାନ୍ତ ହୋଇଛନ୍ତି ସେମାନେ ଶେଷରେ ଭୋଟ ଦେବାକୁ ବ୍ୟବସ୍ଥା କରାଯାଇଛି ।