Odia News Portal

ଜୋର୍ ଧରିଲା ପିସିସି ସଭାପତି ଚୟନ ପ୍ରକ୍ରିୟା

 ଜୋର୍ ଧରିଲା କଂଗ୍ରେସର ପିସିସି ସଭାପତି ଚୟନ ପ୍ରକ୍ରିୟା। କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଆସିଲା ଡାକରା। ସମସ୍ତ ବିଧାୟକଙ୍କୁ ଆସନ୍ତା ୯ ତାରିଖରେ ଦିଲ୍ଲୀ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାହୁଲ ଗାନ୍ଧି ସବୁ ବିଧାୟକଙ୍କୁ ଭେଟି ଆଲୋଚନା କରିବେ। ଏନେଇ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି।

କିଏ ହେବ କଂଗ୍ରେସର ନୂଆ ମୁଖିଆ ? ଏନେଇ କଂଗ୍ରେସର ଅଙ୍କ ଛିଡ଼ୁ ନଥିବା ବେଳେ ନେତାଙ୍କ ଭିତରେ ବଢୁଛି ଦଳୀୟ କନ୍ଦଳ। ଯାହାକି ଏବେ ବାଟରେ ପଡ଼ି ଘାଟରେ ଗଡ଼ିଲାଣି। ଏହି ଖବର ଏବେ ହାଇକମାଣ୍ଡଙ୍କ ନିକଟରେ ପହଞ୍ଚିଛି। ଏହାର ସମାଧାନ ପାଇଁ ବିଧାୟକମାନଙ୍କୁ ଦିଲ୍ଲୀ ଡକରା ହୋଇଥିବା ଚର୍ଚ୍ଚା ଜୋର୍ ଧରିଛି। ରାହୁଲ ଗାନ୍ଧୀ ରାଜ୍ୟରେ ଦଳର ସ୍ଥିତି ନେଇ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ତେବେ ରାହୁଲ ଗାନ୍ଧୀଙ୍କ ଆଲୋଚନା ପରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଥମିବ ନା ବଢିବ ତାହା ଦେଖିବାକୁ ବାକି ରହିଲା।