Odia News Portal

ଜେଲରୁ ମୁକ୍ତ ହେବ ପେରାରିଭାଲାନ

ଦିବଙ୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜ୍ଜା ଭୋଗୁଥିବା ଏଜି ପେରାରିଭାଲାନ ଜେଲରୁ ମୁକ୍ତ ହେବ । 31 ବର୍ଷ ଜେଲରେ ସଜ୍ଜା ଭୋଗିବା ପରେ ଜେଲରୁ ପେରାରିଭାଲାନଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 1991ରେ ରାଜୀବ ଗାନ୍ଧୀଙ୍କୁ ହତ୍ୟାକାଣ୍ଡ କରାଯିବା ସମୟରେ ପେରାରିଭାଲାନକୁ 19 ବର୍ଷ ବୟସ ହୋଇଥିଲା । ରାଜୀବ ଗାନ୍ଧୀଙ୍କୁ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି 9 ଭୋଲଟ ବ୍ୟାଟେରୀ କିଣିଥିଲା ପେରାରିଭାଲାନ । ରାଜୀବଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ୍ ଏଲଟିଟିଇର ଶିଭରାସନ ପାଇଁ ପେରାରିଭାଲାନ ଏହି ବ୍ୟାଟେରୀ କିଣିଥିଲା । 1998ରେ ଆତଙ୍କବାଦ ନିରୋଧ କୋର୍ଟ ପେରାରିଭାଲାନକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲା । ମାତ୍ର ପରବର୍ତ୍ତୀ ବର୍ଷ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ଦେଇଥିଲେ । 2014ରେ କୋର୍ଟ ତାକୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲା ।