Odia News Portal

ଟିକସ ପଇସାରେ ବିକାଶ କାମ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସଟି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ଲାଗି ଜିଏସଟି କାଉନସିଲକୁ ଅନୁରୋଧ କରାଯାଇଛି। ଏହାଦ୍ବାରା ଲୋକଙ୍କୁ ଫାଇଦା ମିଳିବ। କିନ୍ତୁ ଏଯାବତ୍ ଜିଏସଟି କାଉନସିଲ କୌଣସି ପଦକ୍ଷେପ ନେଇ ନାହାନ୍ତି। ବର୍ତ୍ତମାନ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଦାୟିତ୍ୱ ଜିଏସଟି କାଉନସିଲଙ୍କର ।

କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଟିକସ ପଇସାରେ ବିକାଶ କାମ କରାଯାଉଛି । କରୋନା କାଳରେ ପେଟ୍ରୋଲ-ଡିଜେଲ ଉପରୁ ଆଦାୟ ହୋଇଥିବା କେନ୍ଦ୍ରିୟ ଟିକସରେ କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେହିଭଳି କେବଳ ସ୍ୱାସ୍ଥ୍ୟ ବାବଦ ଖର୍ଚ୍ଚକୁ ଚଳିତ ବଜେଟ୍ ୧୩୭ ପ୍ରତିଶତ କରାଯାଇଛି । ଗତ ଥର ଅପେକ୍ଷା ବଜେଟରେ ଖର୍ଚ୍ଚ ପରିମାଣ ୩୨ ପ୍ରତିଶତ ରହିଥିବାରୁ ଟିକସ ଅର୍ଥରେ ଏହି ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ପେଟ୍ରୋଲ ଓ ଡିଜେଲ ଦର ୨ ଦିନ ସ୍ଥିର ରହିବା ପରେ ପୁଣି ଥରେ ବଢ଼ିଛି ମାଓ ପ୍ରବଣ ଅଞ୍ଚଳ କାଲିମେଳାରେ ଆଜି ପେଟ୍ରୋଲ ଦର ସର୍ବାଧିକ ୯୭ ଟଙ୍କା ୧୪ ପଇସା ଓ ଡିଜେଲ ଦର ୯୩ ଟଙ୍କା ୮୬ ପଇସାରେ ପହଞ୍ଚିଛି ।