Odia News Portal

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ନେଇ ରାଜଧାନୀରେ ଗର୍ଜିଲେ ଛାତ୍ରଛାତ୍ରୀ

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ନେଇ ରାଜଧାନୀରେ ରାଜରାସ୍ତାରେ ଗର୍ଜିଲେ ଯୁକ୍ତଦୁଇ ଛାତ୍ରଛାତ୍ରୀ । ମାର୍ଚ୍ଚରେ ହେବାକୁ ଥିବା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଚଳିତ ଶିକ୍ଷା ବର୍ଷରେ ମାତ୍ର ୫ ମାସର ଅଫଲାଇନ ପାଠପଢାରେ ଗୋଟିଏ ତ୍ରୟମାସିକ ଟେଷ୍ଟ ସରିଛି । ଏବେ ସୁଦ୍ଧା ସରି ନାହିଁ ୭୦ ପ୍ରତିଶତ ସିଲାବସ୍ । ଅନ୍ୟପଟେ ୟୁଟ୍ୟୁବ ପାଠପଢ଼ା ସହ ଅନଲାଇନ ପାଠପଢ଼ା ବି ଠିକ ଭାବେ ହୋଇପାରିନି । ଏଭଳି ସ୍ଥିତିରେ ପରୀକ୍ଷା ବାତିଲ କରାଯାଇ ତ୍ରୟ ମାସିକ ପରୀକ୍ଷାର ଆଧାରରେ ବୋର୍ଡ ପରୀକ୍ଷା ମାର୍କ ଦେବାକୁ ଦାବି କରିଛନ୍ତି ଯୁକ୍ତଦୁଇ ଛାତ୍ରଛାତ୍ରୀ ।