Odia News Portal

ଜାତିସଂଘରେ ଆତଙ୍କବାଦ ବିରୋଧରେ ବର୍ଷିଲେ ମୋଦି, ଜାଣନ୍ତୁ ଆଉ କଣ ସବୁ ପ୍ରସଙ୍ଗ ଉଠାଇଲେ

ୱାଶିଂଟନ: ଜାତିସଂଘ ବୈଠକରେ ବର୍ଷିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଦୁନିଆ ଆଗରେ ଚରମପନ୍ଥୀଙ୍କ ବିପଦ ବଢ଼ିବାରେ ଲାଗିଛି। ବୈଜ୍ଞାନିକ ଦୃଷ୍ଟିକୋଣ ଓ ପ୍ରଗତିବାଦୀ ଚିନ୍ତାଧାରାକୁ ବଢ଼ାଇବାର ଆବଶ୍ୟକତା ବଢ଼ି ଗଲାଣି। ଏହାଦ୍ୱାରା ସାରା ବିଶ୍ୱର ବିକାଶ ହୋଇପାରିବ। ଆତଙ୍କବାଦ ଏବେ ରାଜନୀତିକ ଅସ୍ତ୍ର ପାଲଟି ଗଲାଣି। କିଛି ଦେଶ ଆତଙ୍କବାଦକୁ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଆତଙ୍କବାଦ ଯୋଗୁ ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି ହୋଇଛି। ଆତଙ୍କବାଦକୁ କେବେ ହେଲେ ଅସ୍ତ୍ର ଭାବେ ବ୍ୟବହାର କରା ନ ଯିବା ଦରକାର। ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନ ପ୍ରସଙ୍ଗ ମଧ୍ୟ ମୋଦି ମିଳିତ ଜାତିସଂଘରେ ଉଠାଇଛନ୍ତି। ସେ କହିଛନ୍ତି, “ଆଫଗାନିସ୍ତାନ ମାଟି ଯେମିତି ଆତଙ୍କବାଦୀଙ୍କ ଗତିବିଧି ଓ ଆତଙ୍କବାଦ କାର୍ୟ୍ୟକଳାପ ପାଇଁ ବ୍ୟବାହାର ନ ହେବ, ତା’କୁ ସୁନିଶ୍ଚିତ କରିବାକୁ ହେବ। ଆଫଗାନିସ୍ତାନରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଜରୁରୀ।

ମିଳିତ ଜାତିସଂଘ ସାଧାରଣ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧନ କରିଛନ୍ତି । ସାରା ବିଶ୍ୱକୁ ସେ ଆଜି ସମ୍ବୋଧନ କରୁଛନ୍ତି । ସେ କହିଚନ୍ତି ଯେ, ବିବିଧତା ଭାରତର ସ୍ୱତନ୍ତ୍ର ଲୋକତନ୍ତ୍ରର ପରିଚୟ । ଲୋକତନ୍ତ୍ରର ଜନନୀ ଭାରତର ମୁଁ ପ୍ରତିନିଧିତ୍ୱ କରୁଛି । ଗତ ଦେଢ଼ ବର୍ଷ ହେଲା କରୋନା ମହାମାରୀ ସହିତ ସାରା ବିଶ୍ୱ ଲଢ଼େଇ କରୁଛି । ଯେବେ ଭାରତ ବିକାଶ କରୁଛି ସେ ସମୟରେ ଦୁନିଆ ବଦଳୁଛି ।

ତେବେ ମୋଦୀ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଆଉ କହିଛନ୍ତି ଯେ, ଗତ ଦେଢ ବର୍ଷ ହେଲା ସାରା ବିଶ୍ୱ କରୋନା ମହାମାରୀ ସହିତ ଲଢ଼େଇ କରୁଛି । ଆଉ ଏହା ଆଗକୁ ବି ଜାରି ରହିବ । ୭ ବର୍ଷରେ ୪୩ କୋଟି ଭାରତୀୟ ବ୍ୟାକିଂ ବ୍ୟବସ୍ଥାରେ ଯୋଡ଼ି ହୋଇଛନ୍ତି । ବିଶ୍ୱର ପ୍ରଥମ ଡିଏନଏ ଭାକସିନ୍ ଭାରତରେ ତିଆରି ହୋଇଛି । ଏଥିସହିତ ସେ କହିଛନ୍ତି ଯେ, ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ଆସି ଟିକା ତିଆରି କରନ୍ତୁ । ଆବଶ୍ୟକ ପଡ଼ୁଥିବା ଦେଶକୁ ଟିକା ଯୋଗାଇ ଦିଆଯାଉଛି ।