Odia News Portal

ଭିଜିଲାନ୍ସ ଜାଲରେ କନଷ୍ଟେବଳ


ଭିଜିଲାନ୍ସ ଜାଲରେ କନଷ୍ଟେବଳ । ବ୍ରହ୍ମପୁର ପୋଲିସରେ କନଷ୍ଟେବଳ ନଂ ୭୪୨ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି ।ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ କରାଯାଉଛି । ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢଉ କରିଛି । ବ୍ରହ୍ମପୁରସ୍ଥିତ ୩ ମହଲା କୋଠା, ନିମଖଣ୍ଡିସ୍ଥିତ ବାସଭବନ ଓ ଭଞ୍ଜନଗର ଗମୁଣ୍ଡିସ୍ଥିତ ପୈତୃକ ଘରେ ରେଡ୍ ଜାରି ରହିଛି ।ଚଢଉରେ ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଇନ୍ସ୍ପେକ୍ଟର ସାମିଲ ରହିଛନ୍ତି ।ବର୍ତ୍ତମାନ ସୁଦ୍ଧା ସୁଦର୍ଶନଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି ।