Odia News Portal

କରୋନା କଟକଣାକୁ ଭୁଲି ଧୁମ୍ ନାଚିଲେ ପୋଲିସ ବାବୁ

ରାଉରକେଲା: ମୋର ସାଦି କରାଇ ଦେରେ, ମୋର ଟୋଡ଼ି ବନାଇ ଦେ । ଏହି ଗୀତ ବାଜୁଛି । ଆଉ ପୋଲିସ ବାବୁ ଧୁମ ନାଚୁଛନ୍ତି । ତେବେ ପୋଲିସ ବାବୁ ନାଚିବା କିଛି ଅସୁବିଧା ନାହିଁ । ବ୍ୟକ୍ତିିଗତ ଜୀବନ କଥା । ମାତ୍ର ଆଇନର ପାଠ ପଢ଼ାଉଥିବା ପୋଲିସ ବାବୁ କରୋନା କଟକଣାକୁ ଫୁ କରି ଦେଇଥିବା ଏହେବ ଚର୍ଚ୍ଚାର ବିଷୟ ପାଲଟିଛି । ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ମଧ୍ୟ ନାହିଁ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବୀରମିତ୍ରପୁର ଥାନାର ହାବିଲଦାର ପ୍ରଶା ପଟ୍ଟନାୟକ ଏକ ବାହାଘର ଉତ୍ସବରେ ନାଚୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସମାନେ ପୋଲିସ ବାବୁଙ୍କୁ ବିଭିନ୍ନ କମେଣ୍ଟ ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି । କରୋନା କଟକଣା କଣ କେବଳ ଲୋକଙ୍କ ପାଇଁ । ପୁଲିସ ବାବୁମାନେ ଯାହା ଚାହିଁବେ ତାହା କରିବେ ଭଳି ସହରରେ ଚର୍ଚ୍ଚା ଜୋର ଧରିଛି । ସହରରେ ଉକ୍ତ ଭିଡିଓ ଭାଇରାଲ ହେଉଥିବା ବେଳେ ପୁଲିସ ଅଧିକାରୀ ବର୍ତ୍ତମାନ ପର୍ଯ୍ୟନ୍ତ ନିରବ ରହିବା ସମସ୍ତଙ୍କୁ ଚକିତ କରିଛି।

ସୂଚନା ଥାଉକି, ନିକଟରେ ନାଗିନ ଗୀତରେ ଡ୍ୟାନ୍ସ କରିଥିବା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ନିଲମ୍ବିତ ହୋଇଛନ୍ତି । ଭାଇ ବାହାଘରରେ କୋଭିଡ ନିୟମକୁ ଅବମାନନା କରିଥିବା ଅଭିଯୋଗରେ ସେ ନିଲମ୍ବିତ ହୋଇଛନ୍ତି । ଏବେ ପୁଣି ଜଣେ ପୋଲିସ ବାବୁଙ୍କ ଭିଡିଓ ଭାଇରାଲ ପରେ ଚର୍ଚ୍ଚା ଅଧିକ ଘନେଇଛି ।