Odia News Portal

ଜିରୋ ନାଇଟ ଉପରେ ପୋଲିସର କଡ଼ା ନଜର ରହିବ: ଅଭୟ

ଭୁବନେଶ୍ୱର() ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ନୂଆବର୍ଷ ପାଳନ । ନୂଆ ବର୍ଷ ପାଳନ ପାଇଁ ଚାରିଆଡେ ଉତ୍ସବର ମାହୋଲ ।

ସେପଟେ ନବବର୍ଷ ପାଇଁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ ଡିଜି ଅଭୟ । ନୂଆବର୍ଷ ପାଳନ ବେଳେ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ଜିରୋ ନାଇଟ୍ ସେଲିବ୍ରେସନ ଉପରେ ଓଡ଼ିଶା ପୋଲିସର କଡ଼ା ନଜର ରହିବ । ଏହାସହ ନୂଆବର୍ଷରେ ସାଧାରଣ ଜନତା, ମହିଳା ଓ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦିଆଯିବ ସେଥିପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ ।

ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଯୁବପୀଢି ଠାରୁ ଆରମ୍ଭ କରି ସଭିଏଁ ସମସ୍ତେ ପ୍ରସ୍ତୁତ । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କଟକ, ଭୁବନେଶ୍ୱର , ପୁରୀ, ବ୍ରହ୍ମପୁର , ବାଲେଶ୍ୱର, ସମ୍ବଲପୁର, ରାଉରକେଲାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସବୁ ସ୍ଥାନରେ ବିଶୃଙ୍ଖଳିତ ପରିସ୍ଥିତି ଏଡାଇବା ପାଇଁ ପଦକ୍ଷେପ ନିଆଯାଇଛି ।