Odia News Portal

ପୋଲିସ ମାଓବାଦୀ ମୁହା ମୁହିଁ

ଯବାନ ଙ୍କ ଟାର୍ଗେଟ ରେ ଅଛନ୍ତି ମାଓବାଦୀ । ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରୁ ୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର ।
ଏହାସହ ବହୁତ ପରିମାଣର ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ସୂଚନାନୁସାରେ ତେଲେଙ୍ଗାନା କୋତ୍ତାଗୁଡମ ଅଞ୍ଚଳରେ ମାଓବାଦୀ ଲୁଚିଥିଲେ । ସୂଚନାକୁ ଆଧାର କରି ଅପରେସନ କରିଥିଲେ ଯବାନ । ଅପରେସନରେ କୋତ୍ତାଗୁଡମ ଏସପି ସୁନିଲ ଦତ୍ତ ମଧ୍ୟ ସାମିଲ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜୋରଦାର ହୋଇଛି ।