Odia News Portal

କଂଗ୍ରେସ ଛାଡ଼ିଲେ, ବିଜେଡିରେ ମିଶିବେ

ଭୁବନେଶ୍ୱର: ଆଦିବାସୀ ନେତାଭାବେ ରାଜ୍ୟରେ ପରିଚିତ ଚେହେରା ତଥା କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିକଟରେ କଂଗ୍ରେସ ଛାଡ଼ିଛନ୍ତି । ତେବେ ସେ ଖୁବଶୀଘ୍ର ବିଜେଡିରେ ଯୋଗଦେବେ ବୋଲି ସୂଚନା ମିଳିଛି । ଆସନ୍ତା ୨୮ କିମ୍ବା ୨୯ ତାରିଖରେ ସେ ବିଜେଡିରେ ବିଦ୍ଧିବଦ୍ଧ ଭାବେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ତେବେ ସେ ବିଜେଡିରେ ଯୋଗଦେବା ପରେ ତାଙ୍କୁ ଦଳ କଣ ଦାୟିତ୍ୱ ଦେବ ଏବଂ ଆଗାମୀ ଦିନରେ ପ୍ରଦୀପଙ୍କ ରାଜନୈତିକ ଭବିଷ୍ୟତ କେଉଁ ମୋଡ଼ ନେବ ତାଉପରେ ରହିଛି ସମସ୍ତଙ୍କ ନଜର ।