Odia News Portal

ପିଟିସନ କମିଟି ଅଧ୍ୟକ୍ଷ ହେଲେ ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର() ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଂସଦର ପିଟିସନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ବେଳେ ଏଥିକ୍ସ କମିଟିର ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଛନ୍ତି । ସାଂସଦ ସସ୍ମିତ ପାତ୍ର ସ୍ୱାଧିକାର ସମ୍ପର୍କିତ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି । ଏଥି ସହିତ ଶ୍ରୀ ପାତ୍ର ସଂସଦର ମାନବ ସମ୍ବଳ ବିକାଶ ଷ୍ଟାଣ୍ଡିଂ କମିଟି ଓ ଅଫିସ ଅଫ ପ୍ରୋଫିଟ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟିର ସଦସ୍ୟ ଅଛନ୍ତି । ସାଂସଦ ଅମର ପଟ୍ଟନାୟକ ରାଜ୍ୟ ସଭାରେ ସବଅର୍ଡିନେଟ ଲେଜିସଲେସନ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।