Odia News Portal

ପ୍ରିୟଙ୍କା ଗାନ୍ଧି ଗିରଫ

ସୀତାପୁର : କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଗିରଫ । ସୀତାପୁରରେ ଉତ୍ତର ପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଗିରଫ କରିବା ପରେ ସୀତାପୁରର PAC ଗେଷ୍ଟ ହାଉସରେ ପ୍ରିୟଙ୍କାଙ୍କୁ ରଖିଛି ପୋଲିସ୍ । ସୋମବାର ପୂର୍ବାହ୍ନରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଲଖିମପୁର ନିକଟ ହରଗାଓଁରେ ଅଟକ ରଖାଯାଇଥିଲା। ସେବେଠାରୁ ପ୍ରିୟଙ୍କା ଗେଷ୍ଟ ହାଉସରେ ଥିଲେ । କିନ୍ତୁ ବର୍ତ୍ତମାନ ଖବର ଆସିଛି ପ୍ରିୟଙ୍କାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଗିରଫ କରାଯାଇଛି । ପ୍ରିୟଙ୍କାଙ୍କୁ ଗିରଫ କରାଯାଇଥିବା ନେଇ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସୂଚନା ଦେଇଛନ୍ତି । ଭୋର୍ ସାଢ଼େ ୪ଟାରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲାଣ କରାଯାଇନି ବୋଲି କହିଛନ୍ତି ଚିଦାମ୍ବରମ ।