Odia News Portal

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ  କମାଇବା ପରେ ରାଜନୀତି ଜୋର ଧରିଛି। କଂଗ୍ରେସର ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ”ଏହି ନିଷ୍ପତ୍ତି ସରକାରଙ୍କ ହୃଦୟରୁ ନୁହଁ ବରଂ ଡରରେ ନିଆଯାଇଛି”। ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଜନତା ଏହାର ଦୃଢ ଜବା ଦେବେ ।

ପ୍ରିୟଙ୍କା ଗାନ୍ଧୀ ଆହୁରୀ ମଧ୍ୟ କହିଛନ୍ତି ଯେ,  ଏବେ ପାର୍ବଣର ମାହୋଲ ଚାଲିଛି। ଦରଦାମ ବୃଦ୍ଧି  ସାଧାରଣ ଲୋକଙ୍କୁ  ଚିନ୍ତାରେ ପକାଉଛି। ବିଜେପି ସରକାର ସାଧାରଣ ଲୋକଙ୍କୁ ଲୁଟ୍‌ କରିଚାଲିଛି । ଦରଦାମ କମ କରିବା ପରିବର୍ତ୍ତେ ଗ୍ୟାସ ସିଲିଣ୍ଡର, ପେଟ୍ରୋଲ-ଡିଜେଲ, ତେଲ, ପନିପରିବା ମୂଲ୍ୟ ଆକାଶଛୁଆଁ କରିଦେଇଛି । ତେବେ ଆଗକୁ ହେବାକୁ  ଥିବା ନିର୍ବାଚନରେ ଜନତା ଏହାର ଦୃଢ ଜବାବ ଦେବେ ।  ସାଧାରଣ ଜନତା ଏହି ସରକାରଙ୍କୁ କେବେବି କ୍ଷମା କରିବେ ନାହିଁ ।