Odia News Portal

୭୫ ମିଟର ସୁରକ୍ଷା ଯୋନ ଉଛେଦ କାର୍ଯ୍ୟ ଆରମ୍ଭ

ପୁରୀ : ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପୁଣି ୭୫ ମିଟର ସୁରକ୍ଷା ଯୋନ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଦୋଳ ବେଦୀ କୋଣ ସହରାଞ୍ଚଳ ସ୍ୱାସ୍ତ୍ୟ କେନ୍ଦ୍ର କୁ ଆଜି ଉଛେଦ କରାଯାଉଛି। ଏହି ସ୍ୱାସ୍ତ୍ୟ କେନ୍ଦ୍ର ଉପରେ ଅନେକ ଲୋକ ନିର୍ଭର କରୁଥିଲେ। ତେବେ ସୁରକ୍ଷା ଯୋନ ରେ ଥିବାରୁ ଏହାକୁ ଉଛେଦ କରାଯାଉଛି। ତେବେ ଉଛେଦ ନେଇ ସୁରକ୍ଷା ବ୍ୟବସ୍ଥା ପୋଲିସ ପକ୍ଷରୁ କରାଯାଇଛି।

ଅନ୍ୟପଟେ ୭୫ ମିଟର ଅଧିଗ୍ରହଣ ର ସ୍ୱତନ୍ତ୍ର ପ୍ୟାକେଜ ଅବଧି ଡିସେମ୍ବର ୯ ତାରିଖ ଯାଏଁ ବଢା ଯାଇଛି। ଅନେକ ଲୋକ ସ୍ୱତନ୍ତ୍ର ପ୍ୟାକେଜ ନେବାକୁ ଆଗ୍ରହୀ ଥିବାରୁ ଡିସେମ୍ବର ୨ ତାରିଖ ସମୟ ସୀମା କୁ ୯ ତାରିଖ ଯାଏଁ ବଢା ଯାଇଛି। ତେବେ ଶ୍ରୀମନ୍ଦିର ସୁରକ୍ଷା ଯୋନ ୭୫ ମିଟର ର ୭୫ ପ୍ରତିଶତ ଜମି ଅଧିଗ୍ରହଣ ସରିଛି। ଅସନ୍ତା ୯ ତାରିଖ ଭିତରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶାସନ ଆଶା ରଖିଛି। ତେବେ ଅଧିଗ୍ରହଣ ହୋଇ ସାରିଥିବା ପ୍ଲ ଟ ଗୁଡିକୁ ଖୁବ ଦିନେ ଦୁଇ ଭିତରେ ପ୍ରଶାସନ ନିଜ କବଜା କୁ ଆଣିବ ବୋଲି ପୁରୀ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।